ଭୁଲ ଔଷଧ ବିତରଣକୁ ନେଇ ଉତ୍ତେଜନା, ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ବନ୍ଦକଲେ ଗ୍ରାମବାସୀ

ବସ୍ତା, ୨୧।୧୨(ଡି.ଏନ୍‌.ଏ. ): ବାଲେଶ୍ୱର ଜିଲା ବସ୍ତାସ୍ଥିତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୁଲ ଔଷଧ ବିତରଣକୁ ନେଇ ସୋମବାର ସକାଳେ ଉତ୍ତେଜନା ଦେଖାଦେଇଛି।
ମିଳିଥିବା ସୂଚନାନୁଯାୟୀ, ରବିବାର ବସ୍ତା ବ୍ଲକ ଅନ୍ତର୍ଗତ ଦେଉଳପଡ଼ା ଗ୍ରାମର ସୁବାସିନୀ ଦଳାଇ ନାମକ ବୃଦ୍ଧା ପ୍ରେସର ବଢିବା ଯୋଗୁ ଡାକ୍ତରଖାନରେ ଡାକ୍ତର ତାଙ୍କୁ ପ୍ରେସର ଔଷଧ ଲେଖିଥିଲେ l କିନ୍ତୁ ଡାକ୍ତରଖାନାର ଔଷଧ ବିତରଣ କେନ୍ଦ୍ରରେ ଭୁଲ ଔଷଧ ଦିଆଯାଇଥିଲା। ଔଷଧ ଖାଇବା ପରେ ତାଙ୍କର ସ୍ବାସ୍ଥାବସ୍ଥା ଖରାପ ହେବାରୁ ସେ ବୁଝାବୁଝି କରିବାରୁ ତାଙ୍କୁ ଭୁଲ ଔଷଧ ଦିଆଯାଇଥିବା ଜାଣିପାରିଥିଲେ। ଏ ନେଇ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇବାପରେ ସୋମବାର ସକାଳେ ଡାକ୍ତରଖାନାର ମୁଖ୍ୟ ଫାଟକ ବନ୍ଦ କରିବା ସହ ହୋହଲ୍ଲା କରିଥିଲେ l ବୁଝାସୁଝା ପରେ ଅବସ୍ଥା ସ୍ବାଭାବିକ ହୋଇଥିବା ଜଣାପଡ଼ିଛି।

Share