ଅଣ୍ଟା ଭିଡ଼ିଲେ ଗାଁ ଲୋକେ: ୫୦ ଟ୍ରାକ୍ଟରରେ ଚାଷକଲେ ୨୫୦ ବିଘା ଜମି

ଯୋଧପୁର, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ରାଜସ୍ଥାନ ଯୋଧପୁରରେ ଗାଈଗୋରୁଙ୍କ ଖାଇବା ପାଇଁ ଘାସର ଅଭାବ ଦେଖାଦେଇଛି। ତେବେ ଏହାର ସମାଧାନ ଲାଗି ସ୍ଥାନୀୟ ରାୟମଲଓ୍ବାଡା ଗାଁର ବାସିନ୍ଦା ଅଣ୍ଟା ଭିଡ଼ିଛନ୍ତି। ସେମାନେ ଗାଁର ୧୨୦୦ ବିଘା ଗୋଚର ଜମିରେ ଘାସ ଚାଷ କରିବାକୁ ଯୋଜନା କରିଛନ୍ତି। ଇତିମଧ୍ୟରେ ଗାଁ ଲୋକେ ୨୫୦ ବିଘା ଗୋଚର ଜମିରେ ୫୦ ଟ୍ରାକ୍ଟର ଦ୍ୱାରା ୬ ଘଣ୍ଟା ଚାଷ କରିଛନ୍ତି। ଘାସ ଅଭାବରୁ ଗାଁରେ ଥିବା ଗୋଶାଳାର ୪୫୦ରୁ ଅଧିକ ଗାଈଗୋରୁଙ୍କ ପାଇଁ ଦେଖାଦେଇଥିବା ସମସ୍ୟା ଏବେ ସୁଧୁରି ଯିବ ବୋଲି ଗାଁ ଲୋକେ କହିଛନ୍ତି। ଘାସ ଚାଷ ଲାଗି ଗାଁ ଲୋକେ ୪ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ଏବେ ଗାଁ ଲୋକଙ୍କ ଏଭଳି ଉଦ୍ୟମର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share