Advertisement

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ: ଗଛତଳେ ପାଠ ପଢିଲେ ଛାତ୍ରୀଛାତ୍ର

ବୌଦ୍ଧ,୩।୫:(ଅଜିତ କୁମାର ବାରିକ ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚି ପ୍ରଧାନ ଦୁଇଜଣ ଛାତ୍ରୀଙ୍କୁ ଦଣ୍ଡ ଦେଇଥିବାକୁ ନେଇ ଗ୍ରାମବାସୀ ବୌଦ୍ଧ ଜିଲା ଶିକ୍ଷାଅଧିକାରୀ ଓ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ସମ୍ପୁକ୍ତ ଘଟଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସୋମବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲାମାରି ଆନ୍ଦୋଳନରେ ବସିଛନ୍ତି । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ଆନ୍ଦୋଳନ ଫଳରେ ଖରାରେ ଗଛତଳେ ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳକୁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୩ ଜଣ ସିଆରସିସିଙ୍କ ସହ ADEO ଯାଇ ଘଟଣାର ସମାଧାନ କରିବାକୁ ବୁଝାସୁଝା କରିଥିଲେ। ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣଙ୍କୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବା ସହ ସ୍କୁଲରୁ ଅନ୍ୟତ୍ର ବଦଳି କରାଯିବ ବୋଲି ADEO କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share