କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଧାରଣା

ପାରାଦୀପ, ୩୦ା ୭ (ସ୍ବ.ପ୍ର.): ପାରାଦୀପ ରିଫାଇନେରି ନିଷିଦ୍ଧାଞ୍ଚଳରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରେ ମୃତକଙ୍କ ଗାଁ ଲୋକେ କ୍ଷତିପୂରଣ ଦାବିରେ ରିଫାଇନେରି ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଛନ୍ତି। କ୍ଷତିପୂରଣ ପାଇବା ପରେ ଏହା ପ୍ରତ୍ୟାହୃତ ହୋଇଯାଇଛି। ମୃତକ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ବାବାଜୀ ମହାପାତ୍ର (୪୬)। ସୋପନ ଏଣ୍ଡ ଏମ କମ୍ପାନୀ ପ୍ରାଇଭେଟ ଲିମିଟେଡ୍‌ ନାମକ ଠିକାସଂସ୍ଥା ଅଧୀନରେ ସେ କାମ କରୁଥିଲେ। ଅପରାହ୍ନ ସମୟରେ ଏକ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଠିକାସଂସ୍ଥା ପକ୍ଷରୁ ମୃତଦେହକୁ ଅଣାଯାଇ ବିଜୁ ମେମୋରିଆଲ ହସ୍ପିଟାଲରେ ରଖାଯାଇଥିଲ। କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିବା ସହ ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ଦାବି କରି ଧାରଣା ଦେଇଥିଲେ। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହେବନାହିଁ କି ରାସ୍ତା ଅବରୋଧ ହଟିବ ନାହିଁ ବୋଲି ସେମାନେ କହିଥିଲେ। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି। ଏନେଇ ଠିକାସଂସ୍ଥା, ରିଫାଇନାରୀ ଅଧିକାରୀ, ପ୍ରଶାସନ, ୟୁନିୟନ ପ୍ରତିନିଧି ଓ ଗ୍ରାମ ମୁରବିଙ୍କ ଆଲୋଚନା ପରେ ମୃତକଙ୍କ ପରିବାରକୁ ୭ ଲକ୍ଷ ୫୦ ହଜାର ଟଙ୍କା ,ପୁଅଙ୍କୁ ଚାକିରୀ ଓ ସ୍ତ୍ରୀଙ୍କୁ ମାସିକ ଭତ୍ତା ୧୧ହଜାର ଟଙ୍କା ଦେବାପାଇଁ ସହମତି ହୋଇଛି। ରିଫାଇନେରୀ ୫ ଲକ୍ଷ ଓ ଠିକାସଂସ୍ଥା ପକ୍ଷରୁ ୨.୫୦ ଲକ୍ଷ ଦିଆଯିବ ବୋଲି ସ୍ଥିର ହୋଇଛି। ଏହି ନିଷ୍ପତ୍ତି ପରେ ରାତି ୧୧ ଟାରେ ଧାରଣା ଉଠିଛି ବୋଲି ଶ୍ରମିକନେତା ସୁବାସ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବେକରେ ଗାମୁଛା ଲଗାଇ ଛୁଲିପଡିଲେ ଯୁବକ, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ, ୨୬।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା...

ଅଦିନିଆ ଲଘୁଚାପ ଯୋଗୁ ଧାନ, ପନିପରିବା ଫସଲ ନଷ୍ଟ: କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ବିଜେଡି ପକ୍ଷରୁ ଦାବିପତ୍ର

ହିଞ୍ଜିଳିକାଟୁ, ୨୬ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଚଳିତ ଖରିଫ ଧାନ ଅମଳ ବେଳକୁ ଲଗାତାର ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲକୁ କ୍ଷତି ପହଞ୍ଚାଇଛି। ଗତ ମଙ୍ଗଳବାର ଓ ବୁଧବାର...

ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ...

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri