ଶୁଣିଲାନି ପ୍ରଶାସନ: ୬ କି.ମି. ଘାଟିରାସ୍ତା ମରାମତି କଲେ ଗ୍ରାମବାସୀ

ଦଶମନ୍ତପୁର,୧୦ା୧୧ (ଡି.ଏନ୍‌.ଏ.): ଶୁଣିଲାନି ପ୍ରଶାସନ। ବାରମ୍ବାର ଜଣାଇବା ପରେ ବାଧ୍ୟ ହୋଇ ଏବେ ଗ୍ରାମବାସୀ ଶ୍ରମ ଦାନକରି ୬ କି.ମି. ଘାଟିରାସ୍ତା ମରାମତି କରି ନିର୍ମାଣ କରିଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତର ପୁଟମାରି ଗ୍ରାମରେ। ପୁଟମାରି, ଲୁଲା ଘାଣ୍ଟ୍ରାଗୁଡା ଘାଟି ରାସ୍ତା ଉପରେ ପୋଦୁଗୁଡ଼ା, ତବଜା ଗୁଡ଼ା, କୁଦାଲ, ଅଟାଲ, ଲୁଲା ପରି ୭/ ୮ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି। ଗ୍ରାମଠାରୁ ୧୦ କି.ମି. ଦୂର ପୋଡ଼ାଗଡ଼ ସାପ୍ତାହିକ ହାଟ, ଲ୍ୟାମ୍ପସ, ମଣ୍ଡି କିମ୍ବା କୋରାପୁଟ ଡାକ୍ତରଖାନା ଯିବାକୁ ହେଲେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ସୁବିଧାଜନକ ହୋଇଥାଏ। ମାତ୍ର ରାସ୍ତା ଖରାପ ହୋଇପଡ଼ିବାରୁ ଏବେ ଉପରୋକ୍ତ ଗ୍ରାମବାସୀ ପୋଡ଼ାଗଡ଼ ହାଟ, ବଜାର ଏବଂ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଯିବାକୁ ହେଲେ ୩୦/୪୦ କି.ମି. ଦୂର ବୁଲି ଯାଉଛନ୍ତି। ଏଥିପାଇଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହି ଘାଟିରାସ୍ତାକୁ ପକ୍କାରାସ୍ତାରେ ପରିଣତ କରି ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ଶ୍ରମଦାନ କରି ଗ୍ରାମବାସୀ ଉକ୍ତ ରାସ୍ତାକୁ ଗ୍ରାମଠାରୁ ପୁଟମାରି, କଡ଼ମା ଝୋଲାଗାଁ ଦେଇ ପାଇକପୁକି ଶିବମନ୍ଦିର ଛକ ପର୍ଯ୍ୟନ୍ତ ୬ କି.ମି. ରାସ୍ତା ମରାମତି କରି ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ଜନ୍ମ ଦିନରେ ମହାନତା ଦେଖାଇଲେ ସରପଞ୍ଚ ପ୍ରତିନିଧି

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସାମାଜିକକର୍ମୀ ଚିତ୍ରସେନ ଗୌଡ଼ଙ୍କ ୩୯ ତମ...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ

ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌ ଯୁବ ଟ୍ରାପ୍‌ ମିକ୍ସଡ ଟିମ୍‌ ଯୋଡ଼ି...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ବଡ଼ ନିଯୁକ୍ତି ସୁଯୋଗ: ESICରେ ୫୫୮ ପଦବୀ ଲାଗି ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୧୧।୪: ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ସ୍ପେଶାଲିଷ୍ଟ ଗ୍ରେଡ-୨ର ମୋଟ ୫୫୮...

ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫...

ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା

ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ...

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image