ମଦ ଜବତ କରି ଥାନାକୁ ଆଣିଲେ ଗ୍ରାମବାସୀ

ଜୁନାଗଡ଼,୬।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁସଡର ଗ୍ରାମରେ ବେଆଇନ ମଦ କାରବାର ଜୋରସୋରରେ ଚାଲିଛି। ଏପରି କି ଏହାକୁ ନେଇ ଗତ କିଛି ମାସ ତଳେ ଗ୍ରାମବାସୀ ଜିଲାପାଳ, ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଗ୍ରାମରେ କିଛି ଦିନ ମଦ ବିକ୍ରି ବନ୍ଦ ରହିଥିଲା। ହେଲେ ଗତ କିଛି ଦିନ ହେବ ଗ୍ରାମରେ ପୁଣି ବେଆଇନ ମଦ ବିକ୍ରି କାରବାର ଆରମ୍ଭ ହୋଇଛି। ଗ୍ରାମର କିଛି ଅସାଧୁ ବ୍ୟକ୍ତି ପୁଣି ଥରେ ଗ୍ରାମକୁ ମଦ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ଗ୍ରାମବାସୀ ମଦ ବସ୍ତା ଜବତ କରିଥିଲେ। ଗୁରୁବାର ଏହି ମଦ ବସ୍ତା ଧରି ଗ୍ରାମବାସୀ ଜୁନାଗଡ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହି ମଦ ଜବତ କରିବା ସହ ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତଶ୍ରୁତି ଦେଇଥିବା ଜଣାପଡିଛି।

Share