Categories: ଜାତୀୟ

ଦୁଇ ବଳାତ୍କାରୀଙ୍କୁ ନିସ୍ତୁକ ମାଡ଼ମାରି ଜାଳିଦେଲେ

ରାଞ୍ଚି,୧୦।୬: : ଝାଡ଼ଖଣ୍ଡର ଗୁମ୍‌ଲା ଜିଲାରେ ଦୁଇ ବଳାତ୍କାରୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ମାରି ନିଆଁ ଲଗାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ନିଆଁରେ ପୋଡ଼ି ହୋଇ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଯୋଗ୍ୟ, ଅଭିଯୁକ୍ତ ଦ୍ୱୟ ପଡ଼ୋଶୀ ଗ୍ରାମର ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ସେମାନଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଏଥିସହ ଅଭିଯୁକ୍ତଙ୍କ ବାଇକ୍‌ ଜାଳି ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ବଳତ୍କାର ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଗୁମ୍‌ଲା ଏସ୍‌ଡିପିଓ ମନୀଷ ଚନ୍ଦ୍ରା ପ୍ରକାଶ କରିଛନ୍ତି।

Share