କେନ୍ଦୁଝର,୭।୧(ସ୍ବ.ପ୍ର.): ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ ଗାଁ ସାଥୀ (ମେଟ୍)ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ଶା ପକ୍ଷରୁ ୨୩ ଦଫା ଦାବି ନେଇ ଘେରାଉ କରାଯିବା ସହ ସ୍ମାରକପତ୍ର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଆଦେଶ କ୍ରମେ ମାସିକ ଅନୂ୍ୟନ ୧୦ ଦିନ ମନରେଗା ପ୍ରକଳ୍ପ କାର୍ଯ୍ୟର ଉଚିତ ସରକାରୀ ପ୍ରାପ୍ୟ ପ୍ରଦାନ, ମନରେଗାରୁ ମିଡିଲମ୍ୟାନ ଓ ଭେଣ୍ଡର ବ୍ୟବସ୍ଥା ଉଚ୍ଛେଦ, କାମ କରି ପାଇ ନ ଥିବା ମେଟ୍ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବକେୟା ପ୍ରାପ୍ୟ ଆକାଉଣ୍ଟରେ ଜମା କରିବା ଆଦି ଦାବି ହୋଇଛି।