ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…

ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍‌ ନିହ୍ନୁଆ ଖେସେରା ଜଙ୍ଗଲରେ ୪ ଟିକିଆ ହାତୀପଲ ଥିବା ଖବର ପାଇ ବନ କର୍ମଚାରୀ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଘେରିଥିଲେ। ବନକର୍ମଚାରୀ ହାତୀ ଘଉଡ଼ାଇବାକୁ ଉଦ୍ୟମ କରୁନାହିଁ ବୋଲି ଅଭିଯୋଗ କରି ଗ୍ରାମବାସୀ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନିହ୍ନୁଆ ଖେସେରା ଜଙ୍ଗଲରେ ହାତୀ ଡେରା ପକାଇଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଥିଲେ। ଖବର ପାଇ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ପାରାଷ୍ଟାଫ୍‌ ଭରଦ୍ୱାଜ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଜିତେନ୍ଦ୍ର ମହାନ୍ତ ଓ ଝାଡ଼େଶ୍ୱର ମହାନ୍ତ ପହଞ୍ଚତ୍ ହାତୀର ଗତି ବିଦ୍ଧି ଉପରେ ନଜର ରଖିଥିଲେ। ଏହି ସମୟରେ ଦେଢ଼ ଶହରୁ ଊଦ୍ଧର୍‌ବ ଉତ୍ତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ଘେରି ଯାଇ ଆକ୍ରମଣ ଉଦ୍ୟମ କରିଥିଲେ। ବନ କର୍ମଚାରୀମାନେ ହାତୀ ଘଉଡ଼ାଇବାକୁ ସାଙ୍ଗରେ ମଶାଲ, ବାଣ, ଲାଇଟ୍‌ କାହିଁକି ଆଣିନାହାନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏଥି ସହ ବନ ବିଭାଗ ଗାଡ଼ିରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ବନ କର୍ମଚାରୀ ସେଠାରୁ କୌଶଳ କ୍ରମେ ଖସି ଆସି ଖିର଼େଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଏସିଏଫ୍‌ ଜିତେନ୍ଦ୍ର ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏସିଏଫ୍‌ଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ବନ କର୍ମଚାରୀଙ୍କୁ ପୋଲିସ ଫୋର୍ସ ସୁରକ୍ଷା ଯୋଗାଇ ଦେବାକୁ ତୁରୁମୁଙ୍ଗା ଥାନାରେ ଲିଖିତ ନିବେଦନ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପୋଲିସ ଫୋର୍ସ କେନ୍ଦୁଝର ଯାଇଥିବାରୁ ତୁରୁମୁଙ୍ଗା ଥାନା ଡ୍ୟୁଟିରେ ଥିବା ଡିସିଓ ନିଜର ଅସହାୟତା ପ୍ରକାଶ କରି ସୁରକ୍ଷା ଯୋଗାଇ ଦେଇହେବ ନାହିଁ ବୋଲି କହିଥିବା ବନ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଗଣମାଧ୍ୟମକୁ କହିଛନ୍ତି। ଫଳରେ ବନ କର୍ମଚାରୀ ଭୟରତୁର ହୋଇ ନିହ୍ମୁଆ ଜଙ୍ଗଲକୁ ସୋମବାର ରାତିରେ ଯାଇପାରି ନ ଥିଲେ।
ସୂଚନାଯୋଗ୍ୟ, ବନ୍ୟପ୍ରାଣୀଙ୍କୁ ଘୋଉଡ଼ାଇବାକୁ ବାଣ, ନିଆଁ ହୁଳାର ବ୍ୟବହାର ନ କରିବାକୁ ସରକାରଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ରହିଛି। ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀ ହାତୀ ଘଉଡ଼ାଇବାରେ କାହିଁକି ବାଣ ଓ ମଶାଲ ବ୍ୟବହାର କରୁନାହାନ୍ତି ବୋଲି ଦାବି କରିବା ଓ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପରିବେଶ ପ୍ରେମୀ, ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦: ଏଥର କଟକ ବାଲିଯାତ୍ରାରେ ବଲିଉଡ୍‌ ନାଇଟ୍‌ ଶୋ’ ହେବ। ଏନେଇ କଟକ ଜିଲାପାଳ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ବଲିଉଡ୍‌ ଗାୟକ ସୋନୁ ନିଗମ, ସୁରେଶ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

୫ବର୍ଷର ଝିଅ ପେଟରେ ଛୁରି ଭୁସି ମାରିଦେଲେ ବାପା

ଚିତ୍ରକୋଣ୍ଡା,୧୬।୧୦: ବାପା କଲେ ଏମିତି, ସାବତ ମା’ଙ୍କ କଥାରେ ପଡ଼ି ନିଜର ୫ବର୍ଷର ଝିଅକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ଟ୍ରାଙ୍କୁଲାଇଜ ହୋଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଉଛି

ଖୋର୍ଦ୍ଧା,୧୬।୧୦: ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି। ଟ୍ରାଙ୍କୁଲାଇଜ ପରେ ଆହତ ହାତୀକୁ...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri