ଭୋଟ ଦେବେନାହିଁ ଗ୍ରାମବାସୀ

ବାଉଁଶୁଣୀ,୧୧।୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଅଧୀନ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗ୍ରାମବାସୀ ଏଭଳି ନିଷ୍ପତି ନେଇଛନ୍ତି।

ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଓ ନେତା ଆସି ଗ୍ରାମବାସୀଙ୍କୁ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଆଜି ଯାଏ କୌଣସି ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଛି। ହେଲେ ଦୀର୍ଘ ବର୍ଷ ହେଲା ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Share