ପୁରୀ ଅଫିସ, ୩।୪: ଶ୍ରୀମନ୍ଦିର ରୋଷ ଘରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦ ଚୁଲିରୁ ଅଧିକ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ ପାଖାପାଖି ୧୦୦ ଚୁଲି ରହିଥିବା ଜଣାପଡ଼ିଛି। କେବେଳ ଚାବି ପଡି ରହିଥିବା ଉତ୍ତରପାଶର୍ବ ଚୁଲି , ଏମାର ଚୁଲି, ଓଡ଼ିଆ ଚୁଲି ସୁରକ୍ଷିତ ରହିଛି । ବାକି ଅନ୍ୟ ସମସ୍ତ ଟୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଶନିବାର ଭୋରୁ ଚୁଲିଗୁଡିକ ଭାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏପରି କରିଛନ୍ତି ସେ ନେଇ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲାପାଳ ସମର୍ଥ ବର୍ମା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ।