Categories: ବାଣିଜ୍ୟ

ନେକ୍ସଟ-ଜେନ୍‌ ଟେକ୍‌ ବ୍ୟବସାୟ ଉପରେ ଭିଆଇଏଲ୍‌ର ଦୃଷ୍ଟିନିବଦ୍ଧ

ଭୁବନେଶ୍ୱର,୧୯।୧୨ (ଅଭୟ ଦାଶ): ପରିକଳ୍ପନାଠାରୁ ନେଇ କାର୍ଯ୍ୟାନ୍ବୟନ ପର୍ଯ୍ୟନ୍ତ ଟର୍ନକି ସମାଧାନ ଏବଂ ପ୍ରକଳ୍ପଗୁଡ଼ିକ ସକାଶେ ପରାମର୍ଶଭିତ୍ତିକ ସେବା ଯୋଗାଇ ଦେଉଥିବା ଅହମଦାବାଦଭିତ୍ତିକ ଭିଭାଣ୍ଟା ଇଣ୍ଡଷ୍ଟ୍ରିଜ ଲିମିଟେଡ (ଭିଆଇଏଲ) ବିଏସଇ-୫୪୧୭୩୫-ନେକ୍ସଟ-ଜେନ ଟେକ୍‌ ବ୍ୟବସାୟ ଉପରେ ଦୃଷ୍ଟିନିବଦ୍ଧ ସହିତ ତାହାର କାର୍ଯ୍ୟକାରିତାରେ ରୂପାନ୍ତରଣ ଆଣିବା ପାଇଁ ଲକ୍ଷ୍ୟ ରଖିଛି। କମ୍ପାନୀ ଡ୍ରୋନ, ସୂଚନା ପ୍ରଯୁକ୍ତି, ଏଆଇ ଏବଂ ରୋବୋଟିକ୍ସ, ବିଦ୍ୟୁତ ଯାନବାହନ ନିମନ୍ତେ ଚାର୍ଜିଂ ଷ୍ଟେଶନ ସମେତ ନୂତନ ପ୍ରଭାଗଗୁଡିକରେ ପ୍ରବେଶ କରୁଛି। କମ୍ପାନୀ ଇତି ମଧ୍ୟରେ ଡ୍ରୋନ ଏବଂ ଇଭି ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିସାରିଛି ଏବଂ ଆଗାମୀ ଦିନରେ ଏହାକୁ ବୃହତ୍‌ ଭାବେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୩ ସେପ୍ଟେମ୍ବରରେ କମ୍ପାନୀ ଭିଭାଣ୍ଟା ଡ୍ରୋନ ରିସର୍ଚ୍ଚ ସେଣ୍ଟର ତାଞ୍ଜାନିଆ ଲିମିଟେଡ (ଭିଡିଆରସିଟିଏଲ)ସହିତ ନୀତିଗତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିଲା। ଭିଆଇଏଲ ଡ୍ରୋନ ନିମନ୍ତେ ଆସେମ୍ବ୍ଲି ଲାଇନ ସ୍ଥାପନ ଏବଂ ଆର ଆଣ୍ଡ ଡି ନିମନ୍ତେ ଭିଡିଆରସିଟିଏଲରେ ୫୦% ଅଂଶ ଅଧିଗ୍ରହଣ କରିବ। କମ୍ପାନୀ ଆଫ୍ରିକା ମହାଦେଶରୁ ମୋଟା ଅଙ୍କର ବ୍ୟବସାୟ ସୁଯୋଗ ପାଇବା ଆଶା ରଖୁଛି ଏବଂ ଏହି ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ପଦକ୍ଷେପ ନେଉଛି। ପୁନଶ୍ଚ ୨୦୨୩ ଏପ୍ରିଲରେ କମ୍ପାନୀ ଇଲେକ୍‌ଟ୍ରିକ ଭେଇକଲ ଅର୍ଗାନାଇଜେଶନାଲ ସେଣ୍ଟର ନର୍ଥ ଆମେରିକା କର୍ପୋରେଶନ (ଇଭିଓସିଏନ୍‌ଏ)ଠାରୁ ଇଭି ଚାର୍ଜିଂ ଏବଂ ଉପତ୍ାଦନ ୟୁନିଟ ସ୍ଥାପନ କରିବା ସକାଶେ ୫ନିୟୁତ ଆମେରିକୀୟ ଡଲାରର କାର୍ଯ୍ୟାଦେଶ ପ୍ରାପ୍ତ ହୋଇଥିଲା। କମ୍ପାନୀ ୧୮ରୁ ୨୪ମାସ ମଧ୍ୟରେ କାରଖାନା ସ୍ଥାପନ କରିବା ଏବଂ କାର୍ଯ୍ୟାଦେଶ ଗ୍ରହଣ କରିବା ତାରିଖର ୬ରୁ ୧୨ ମାସ ମଧ୍ୟରେ ଆବଶ୍ୟକ ସଫ୍ଟୱେର ବ୍ୟବସ୍ଥା କରିବାକୁ ଆଶା କରୁଛି। ଏହି କାର୍ଯ୍ୟାଦେଶ ବିଦ୍ୟୁତ ଯାନବାହନ ପ୍ରଯୁକ୍ତିର ବ୍ୟବସାୟକରଣ ନିମନ୍ତେ ଉଦ୍ଦିଷ୍ଟ, ଯେଉଁଥିରେ ପ୍ରଯୁକ୍ତିର ବୈଧିକରଣ ଏବଂ ଏହିଭଳି ପ୍ରଯୁକ୍ତିଗୁଡିକର ବ୍ୟବସାୟିକ ସ୍ଥାୟିତ୍ୱକୁ ପ୍ରଦର୍ଶନ ଦ୍ୱାରା ଭେଇକଲ-ଟୁ-ଗ୍ରୀଡ, ଭେଇକଲ-ଟୁ-ବିଲଡିଂ ଏବଂ ଭେଇକଲ-ଟୁ-ଲୋଡ ସାମର୍ଥ୍ୟ ସାମିଲ ରହିଛି। କମ୍ପାନୀ ଏହି ପ୍ରକଳ୍ପ ସ୍ଥାପନ କରିବା ପରେ ପ୍ରାୟ ୧୦ ନିୟିତ ଆମେରିକୀୟ ଡଲାର ମୂଲ୍ୟର ବିକ୍ରିରେ ପହଞ୍ଚତ୍ବାକୁ ଆଶା ରଖିଛି।
୨୦୨୩ ଫେବୃୟାରୀ ୧୩ରେ ଅନୁଷ୍ଠିତ କମ୍ପାନୀର ସ୍ବତନ୍ତ୍ର ସାଧାରଣ ବୈଠକରେ କମ୍ପାନୀର ସଦସ୍ୟଗଣ ମେମୋରାଣ୍ଡମ ଅଫ ଆସୋସିଏଶନର ଅବଜେକ୍ଟସ ଧାରାରେ ସଂଶୋଧନକୁ ଅନୁମୋଦନ କରିଥିଲେ ଏବଂ କମ୍ପାନୀକୁ କୃଷି ଓ ପ୍ରାଣୀ ଖାଦ୍ୟ, ଇଣ୍ଡଷ୍ଟ୍ରିଆଲ ଅଟୋମେଶନ, ଇଣ୍ଡଷ୍ଟ୍ରିଆଲ ରୋବୋଟିକ୍ସ ସିଷ୍ଟମସ ଓ ଡ୍ରୋନ, ବିଦ୍ୟୁତ ଯାନଗୁଡିକ ନିମନ୍ତେ ଚାର୍ଜିଂ ଷ୍ଟେଶନ ଆଦି ବହୁବିଧ ବ୍ୟବସାୟରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରିଥିଲେ।

Share