Categories: ଜାତୀୟ

ଦିଲ୍ଲୀକୁ ମିଳିଲା ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩।୫: ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେବା ପରେ ସୋମବାର ଦିଲ୍ଲୀକୁ ନୂଆ ଉପରାଜ୍ୟପାଳ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାର ସାକ୍‌ସେନାଙ୍କୁ ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ବିନୟ କୁମାର ଅନିଲ ବୈଜଲଙ୍କ ସ୍ଥାନ ନେବେ। ଏହାପୂର୍ବରୁ ସେ ଖଦି ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ପଦରେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ମେ’୧୮ରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ନଜିବ ଜଙ୍ଗଙ୍କ ଇସ୍ତଫା ପରେ ୧୯୬୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅନୀଲ ବୈଜଲ ୨୦୧୬ ଡିସେମ୍ବରରେ ଦିଲ୍ଲୀର ୨୧ତମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

Share