Posted inଖେଳ

ଅଲମ୍ପିକରୁ ଦୁଃଖଦ ବିଦାୟ ପରେ ଅବସର ଘୋଷଣା କଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୮।୮: ମାତ୍ର ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ମହିଳା କୁସ୍ତି ଫାଇନାଲରେ ପ୍ରବେଶ କରିଥିବା ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ଅବସର ଘୋଷଣା କରିଛନ୍ତି। ସେ ଫାଇନାଲ ଖେଳି ପାରିବେ ନାହିଁ। ତାଙ୍କୁ କୌଣସି ପଦକ ବି ମିଳିବ ନାହିଁ  ଜାଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇ ଯାଇଥିଲା। ଏହାରି ମଧ୍ଯରେ ଭିନେଶ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି, ଆଉ ଗୁରୁବାର କୁସ୍ତିକୁ ଅଲବିଦା କହିଛନ୍ତି।

ସେ ତାଙ୍କ ପୋଷ୍ଟ ରେ ଲେଖିଛନ୍ତି, “ମା, କୁସ୍ତି ମୋଠାରୁ ଜିତିଗଲା, ମୁଁ ହାରିଗଲି, ମୋତେ କ୍ଷମା କରିବ, ତୁମର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ |
ବିଦାୟ କୁସ୍ତି ୨୦୦୧-୨୦୨୪🙏
କ୍ଷମା କରିବେ, ମୁଁ ତୁମ ସମସ୍ତଙ୍କ ପାଖରେ ସର୍ବଦା ଋଣୀ ରହିବି |”

ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ଯେ, ଭିନେଶ ଓଜନରେ ବିଫଳ ହୋଇଛନ୍ତି । ସେ ଫାଇନାଲ ଖେଳି ପାରିବେ ନାହିଁ । ଭିନେଶ ମହିଳା ୫୦ କିଲୋ ଫ୍ରାଷ୍ଟାଇଲର ଫାଇନାଲରେ ପ୍ରବେଶ କରିଥିଲେ । ମଙ୍ଗଳବାର ସେ ଓଜନ ଏବଂ ମେଡିକାଲ୍ ଟେଷ୍ଟ ଦେଇଥିଲେ। ୫୦ କିଲୋରୁ ସେ ମାତ୍ର ୫୦ ଗ୍ରାମ୍ କମ୍ ରହିଥିଲେ। ଦିନ ସାରା ୩ଟି ମ୍ୟାଚ୍ ଖେଳି ଶେଷରେ ଫାଇନାଲରେ ପ୍ରବେଶ କରିଥିଲେ।

ପ୍ରଥମ ଭାରତୀୟ ମହିଳା ଭାବେ ଭିନେଶ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇ ଇତିହାସ ରଚିଥିଲେ। ସେମି ଫାଇନାଲ ପରେ ତାଙ୍କର ଓଜନ ୨ କିଲୋ ୭୦୦ ଗ୍ରାମ୍ ବୃଦ୍ଧି ପାଇଥିଲା। ଓଜନ କମାଇବା ନେଇ ସାରା ରାତି ଭିନେଶ ଏବଂ ତାଙ୍କ ଟିମ୍ ବହୁ ପ୍ରୟାସ କରିଥିଲେ। କିନ୍ତୁ ପୂରା ସଫଳ ହୋଇନଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri