ପିଏମଓ ଯାଉଥିବା ଭିନେଶ ଫୋଗଟଙ୍କୁ ଅଟକାଇଲା ପୋଲିସ, କର୍ତ୍ତବ୍ୟ ପଥରେ ଛାଡିଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୩୦।୧୨: ଭାରତୀୟ କୁସ୍ତି ଜଗତରେ ଚାଲିଥିବା ‘ଦଙ୍ଗଲ’ ବନ୍ଦ ହେଉନାହିଁ। ରେସଲର ବଜରଙ୍ଗ ପୁନିଆଙ୍କ ପରେ ଶନିବାର ମହିଳା ରେସଲର ଭିନେଶ ଫୋଗାଟ ମଧ୍ୟ ତାଙ୍କ ଆୱାର୍ଡ ଫେରାଇ ଦେଇଛନ୍ତି।ଭିନେଶ ତାଙ୍କର ଆୱାର୍ଡ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଯାଉଥିଲେ ସେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାପରେ ଭିନେଶ ତାଙ୍କର ଅର୍ଜୁନ ପୁରସ୍କାର କର୍ତ୍ତବ୍ୟ ପଥରେ ଛାଡି ଚାଲି ଆସିଥିଲେ। ଭିନେଶଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ତାଙ୍କର ପଦ୍ମଶ୍ରୀ ଆୱାର୍ଡ ଫେରାଇ ଦେଇଥିଲେ।

ପୁରସ୍କାର ଫେରାଇବା ପୂର୍ବରୁ ଭିନେଶ ଫୋଗାଟ କହିଛନ୍ତି ଯେ ଏହି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତିଯୋଦ୍ଧାମାନେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।

ଡିସେମ୍ବର ୨୨ ରେ, ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ କରିଥିଲେ। ବଜରଙ୍ଗ ପୁନିଆ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ମୁଁ ମୋର ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଫେରାଉଛି।

ସୂଚନାଯୋଗ୍ୟ ଭାରତୀୟ କୁସ୍ତି ସଙ୍ଘ ନିର୍ବାଚନରେ ବ୍ରିଜଭୁଷଣ ସିଂହଙ୍କ ନିକଟତମ ସଞ୍ଜୟ ସିଂହ ବିଜୟ ଲାଭ କରିଥିଲେ। ଏହାକୁ ନେଇ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ସମେତ ଅନ୍ୟ କୁସ୍ତିଯୋଦ୍ଧା ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କୁସ୍ତିଯୋଦ୍ଧାମାନେ ଅନେକ ସମୟ ଧରି ବ୍ରିଜଭୁଷଣ ସିଂହଙ୍କ ବିରୁଦ୍ଧରେ ପ୍ରତିବର କରୁଛନ୍ତି। ଏମାନେ ଦାବିକରିଥିଲେ କି ଭାରତୀୟ କୁସ୍ତି ସଂଘ ଅଧକ୍ଷ ପାଦରେ କେହିଜଣେ ମହିଳା ଦାୟିତ୍ୱ ନେବା ଉଚିତ।

Share