Categories: ଖେଳ

ଏତିକି କୋଟିର ମାଲିକାଣୀ ହେଉଛନ୍ତି ଭିନେଶ ଫୋଗଟ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଳୀ,୧୦।୮: ଭାରତୀୟ କୁସ୍ତି କିମ୍ବଦନ୍ତୀ ଭିନେଶ ଫୋଗଟଙ୍କ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ଯାତ୍ରା ଅଗଷ୍ଟ ୭ରେ ଏକ ଅପ୍ରତ୍ୟାଶିତ ମୋଡ଼ରେ ଶେଷ ହୋଇଥିଲା। ୫୦ କିଲୋଗ୍ରାମ ଓଜନ ସୀମାଠାରୁ ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣା ଯୋଗୁ ଭିନେଶ ମଧ୍ୟ ରୌପ୍ୟ ପଦକ ମ୍ୟାଚରୁ ବଞ୍ଚିତ ହୋଇଛନ୍ତି।

ଏପରିକି ଅଯୋଗ୍ୟ ଘୋଷିତ କରାଯିବା ପରେ, ଭିନେଶ ଓଜନ ହ୍ରାସ କରିବାକୁ ଉଦ୍ୟମ କରିଥିଲେ, ଫଳରେ ଡିହାଇଡ୍ରେଶନ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୮ ରେ ଭିନେଶ ଫୋଗଟ ଅବସର ଘୋଷଣା କରିଥିଲେ ଏବଂ କୁସ୍ତିକୁ ବିଦାୟ ଦେଇଥିଲେ।

ଭିନେଶ ୨୫ ଅଗଷ୍ଟ ୧୯୯୪ରେ ହରିୟାଣାର ଚରଖି ଦାଦରୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଜପାଲ ଫୋଗଟଙ୍କ ମୃତ୍ୟୁ ପରେ ତାଙ୍କୁ ମାମୁଁ ମହାବୀର ସିଂ ଫୋଗଟ ତାଙ୍କୁ ଲାଳନପାଳନ କରିଥିଲେ ଏବଂ ତାଲିମ ଦେଇଥିଲେ। ଭିନେଶ ୨୦୧୮ରେ କମନୱେଲଥ ଗେମ୍ସ ଏବଂ ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଏବଂ ଭାରତୀୟ କୁସ୍ତିରେ ସୁନା ଅକ୍ଷରରେ ତାଙ୍କ ନାମ ପଞ୍ଜିକରଣ କରିଥିଲେ । ତାଙ୍କର ଅବଦାନ ପାଇଁ ତାଙ୍କୁ ୨୦୨୦ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ, ୨୦୧୬ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୮ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଭିନେଶଙ୍କ ଆନୁମାନିକ ନିଟ ମୂଲ୍ୟ ପ୍ରାୟ ୩୬.୫ କୋଟି ଟଙ୍କା, ଯାହା ତାଙ୍କର ସଫଳ କ୍ୟାରିୟର ଏବଂ ବିଭିନ୍ନ ଆୟ ଉତ୍ସର ଫଳାଫଳ। ତାଙ୍କର ମାସିକ ବେତନର ଏକ ପ୍ରମୁଖ ଅଂଶ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟରୁ ଆସିଥାଏ। ଯାହା ବାର୍ଷିକ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚେ। ଏହା ବ୍ୟତୀତ ସେ ବେସଲାଇନ ବେଞ୍ଚର୍ସ ଏବଂ କର୍ଣ୍ଣଷ୍ଟୋନ ସ୍ପୋର୍ଟସ ଭଳି କମ୍ପାନୀଗୁଡିକ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ମଧ୍ୟ ଭଲ ରୋଜଗାର କରନ୍ତି ।

Share