Categories: ଖେଳ

ବିଶ୍ୱ ଚମ୍ପିୟନଙ୍କୁ ହରାଇଲେ ଭିନେଶ ଫୋଗଟ; ୧୫ ସେକେଣ୍ଡରେ ପାଲଟାଇଦେଲେ ବାଜି

ନୂଆଦିଲ୍ଲୀ, ୦୬।୦୮: ପ୍ୟାରିସ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଷ୍ଟାର ଇଣ୍ଡିଆନ୍ ରେସଲର ଭିନେଶ ଫୋଗାଟଙ୍କ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ୟୁୟୁ ସୁସାକିଙ୍କୁ ୫୦ କେଜି ବର୍ଗରେ ୩-୨ ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ୟୁଇ ସୁସାକି ପ୍ରଥମେ ଅଗ୍ରଣୀ ହୋଇଥିଲେ, କିନ୍ତୁ ଶେଷ ୧୫ ସେକେଣ୍ଡରେ ଭିନେଶ ବାଜି ପଲଟାଇ ଦେଇଥିଲେ। ବର୍ତ୍ତମାନ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ ଏହା ପୂର୍ବରୁ ସୁସାକି ତାଙ୍କର ଲମ୍ବା ଅନ୍ତର୍ଜାତୀୟ ଖେଳ ଜୀବନରେ ଗୋଟିଏ ହେଲେ ମ୍ୟାଚ୍ ହାରି ନ ଥିଲେ। କୁହାଯାଉଥିଲା କି ପ୍ରଥମ ରାଉଣ୍ଡ ପାର କରିବା ଭିନେଶଙ୍କ ପାଇଁ କଷ୍ଟକର ହେବ, କାରଣ ତାଙ୍କର ଏହି ମୁକାବିଲା ଏପରି ଖେଳାଳିଙ୍କ ସହିତ ଥିଲା ଯିଏ ଟୋକିଓ ଅଲମ୍ପିକ୍ସରେ ବିନା କୌଣସି ପଏଣ୍ଟ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ଭିନେଶ ଫୋଗଟ୍ ଦୃଢ ଆତ୍ମା ବିଶ୍ୱାସ ସହିତ ପ୍ରଦର୍ଶନ କରି ପୁରା ମ୍ୟାଚ୍ ମୋଡ ବଦଳାଇ ଦେଇଥିଲେ।

Share