ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ମାମଲର ଶୀଘ୍ର ଶୁଣାଣି ପାଇଁ ଦାବି କରିବେ ବୋଲି ଜଣାପଡିଛି। ବିନେଶ ଫୋଗାଟଙ୍କ ସମେତ ମୋଟ ୭ ଜଣ ଖେଳାଳି ଏହି ଆବେଦନ କରିଛନ୍ତି। ଏଥିରେ କୁହାଯାଇଛି, ଏପ୍ରିଲ ୨୧ରେ ଏଫଆଇଆର୍ ପଞ୍ଜୀକୃତ ହେବା ପାଇଁ ସେମାନେ ଦୀର୍ଘ ସମୟ ଧରି କନ୍ନାଟ ପ୍ଲେସ ପୋଲିସ ଷ୍ଟେଶନରେ ବସିଥିଲେ, କିନ୍ତୁ ପୋଲିସ ଏଫଆଇଆର୍ ଲେଖି ନ ଥିଲେ।