Categories: ଖେଳ

ସନ୍ୟାସରୁ ୟୁଟର୍ନ ନେଲେ ଭିନେଶ ଫୋଗଟ! ୩ ପୃଷ୍ଠାର ଚିଠି ଶେୟାର କରି କହିଦେଲେ ଏମିତି…

ନୂଆଦିଲ୍ଲୀ,୧୭।୮: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଛନ୍ତି। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ପରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା, ତେବେ ମୁଁ କୁସ୍ତିକୁ ବିଦାୟ ଦେଇ ନ ଥା’ନ୍ତି, ବରଂ ୨୦୩୨ ପର୍ଯ୍ୟନ୍ତ କୁସ୍ତି ଜାରି ରଖିଥା’ନ୍ତି। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, କୁସ୍ତିକୁ ବିଦାୟ ଦେବାକୁ ପଡିଲା। ଏଥି ସହିତ ଭିନେଶ ଏହି ଚିଠି ମାଧ୍ୟମରେ ଅବସରରୁ ୟୁଟର୍ନ ନେବାକୁ ସୂଚିତ କରୁଛନ୍ତି କି ବୋଲି ଚର୍ଚ୍ଚା ହେଉଛି।

ଭିନେଶ ଆହୁରି ଲେଖିଛନ୍ତି, ହୋଇପାରେ ନିଜକୁ ୨୦୩୨ ପର୍ଯ୍ୟନ୍ତ ବିଭିନ୍ନ ପରିସ୍ଥିତିରେ ଖେଳୁଥିବା ଦେଖିପାରେ, କାରଣ ଯୁଦ୍ଧ ଏବଂ କୁସ୍ତି ମୋ ଭିତରେ ସର୍ବଦା ରହିବ। ଭବିଷ୍ୟତ ମୋ ପାଇଁ କ’ଣ ହେବ ମୁଁ ପୂର୍ବାନୁମାନ କରିପାରିବି ନାହିଁ । ଭାରତୀୟ କୁସ୍ତିଯୋଦ୍ଧା ଆହୁରି ଲେଖିଛନ୍ତି ଯେ ମୋ ଦଳ, ମୋର ସାଥୀ ଭାରତୀୟ ଏବଂ ମୋ ପରିବାର ଅନୁଭବ କରୁଛନ୍ତି ଯେ ଯେଉଁ ଲକ୍ଷ୍ୟ ପାଇଁ ଆମେ କାର୍ଯ୍ୟ କରୁଥିଲୁ ଏବଂ ଯାହା ହାସଲ କରିବାକୁ ଯୋଜନା କରିଥିଲୁ ତାହା ଅସମ୍ପୂର୍ଣ୍ଣ, ସବୁବେଳେ କିଛି ଅଭାବ ରହିବ ଏବଂ ଜିନିଷ ଆଉ କେବେ ପ୍ରତମ ଭଳି ହେବ ନାହିଁ।

ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ଫାଇନାଲରେ ପହଞ୍ଚିବା ସତ୍ତ୍ୱେ ଭିନେଶଙ୍କୁ ପଦକ ହରାଇବାକୁ ପଡିଥିଲା। ଭିନେଶ ଫୋଗଟ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ, ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଅବଶ୍ୟ, ଏହା ପରେ ଭିନେଶ କ୍ରୀଡ଼ା ପାଇଁ ଆର୍ବିଟ୍ରେଶନ କୋର୍ଟରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ମଧ୍ୟ ନିରାଶ ହୋଇଥିଲେ।

Share