କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି

ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍‌ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ଭିନେଶ ଏକ୍ସରେ ଲେଖିଛନ୍ତି, ଭାରତୀୟ ରେଳବାଇରେ ସେବା ମୋ ଜୀବନର ଏକ ସ୍ମରଣୀୟ ତଥା ଗର୍ବିତ ସମୟ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ମୋ ଜୀବନର ଏହି ସମୟରେ ମୁଁ ରେଳ ସେବା ଠାରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ ରେଳବାଇର ଦକ୍ଷ ଅଧିକାରୀଙ୍କ ନିକଟରେ ମୋର ଇସ୍ତଫା ପତ୍ର ଦାଖଲ କରିଛି। ଦେଶ ସେବା କରିବା ପାଇଁ ରେଳବାଇ ମୋତେ ଦେଇଥିବା ଏହି ସୁଯୋଗ ପାଇଁ ମୁଁ ଭାରତୀୟ ରେଳ ପରିବାରକୁ ସର୍ବଦା କୃତଜ୍ଞ ରହିବି।

ତାଙ୍କ ସହ ରେସଲର ବଜରଙ୍ଗ ପୁନିଆ ମଧ୍ୟ ରେଳ ଚାକିରିରୁ ଇସ୍ତଫା ଦେଇଛନ୍ତି। ଉଭୟ ଖେଳାଳି ଶୁକ୍ରବାର କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ଦଳ ତାଙ୍କୁ ହରିୟାଣା ବିଧାନସଭା ନିର୍ବାଚନରେ ଟିକେଟ ଦେଇପାରେ। ବଜରଙ୍ଗ ପୁନିଆ ଉତ୍ତର ରେଳବାଇରେ ଓଏସ୍‌ଡି ସ୍ପୋର୍ଟସ ପଦରେ ଥିଲେ। ସେ ୧୩ ସେପ୍ଟେମ୍ବର ୨୦୧୪ରେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

ସିଜେଆଇଙ୍କୁ କାହିଁକି ଧନ୍ୟବାଦ ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୬।୯: ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣକୁ ନେଇ ଅନେକ ଆଲୋଚନା ହୋଇଛି। ମହାରାଷ୍ଟ୍ରର ପୂର୍ବତନ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ଆସନ୍ତାକାଲି…

ଭୁବନେଶ୍ୱର,୧୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ୧୭ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ନେଇ ବଡ଼ ଅପଡେଟ୍‌ ଆସିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାଠାରୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ଏହି ୫ ନେତା: ସବୁଠୁ ଆଗରେ…

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି (ଏଏପି)ର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଆଲୋଚନା ଜୋର ଧରିଛି। ଏହି...

ରାହୁଲ ଗାନ୍ଧୀଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ ଟଙ୍କା ପୁରସ୍କାର

ପୁଣେ,୧୬।୯: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri