Categories: ଖେଳ

ଭିନେଶଙ୍କୁ ମିଳିବ ରୌପ୍ୟ ପଦକ! ଆଜି ଏହି ସମୟରେ ଆସିବ ଫାଇନାଲ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୮: ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏଏସ୍‌)ରୁ ପୂରା ଦେଶ ନ୍ୟାୟ ଆଶା କରୁଛି। ଆଜି ସିଏଏସ୍‌ ଭିନେଶଙ୍କ ମାମଲାରେ ନିଷ୍ପତ୍ତି ଦେବ। କୁହାଯାଉଛି ଯେ ଏହି ନିଷ୍ପତ୍ତି ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦ ରେ ଆସିବ।

ଅଗଷ୍ଟ ୯ରେ, ସିଏଏସ୍‌ରେ ଭିନେଶ ଫୋଗଟଙ୍କ ମାମଲାରେ ପ୍ରାୟ ତିନି ଘଣ୍ଟା ଧରି ବିତର୍କ ହୋଇଥିଲା। ଦେଶର ଜଣାଶୁଣା ଓକିଲ ହରିଶ ସାଲଭେଙ୍କ ଦ୍ୱାରା ଭିନେଶଙ୍କ ମାମଲା ପରିଚାଳନା କରାଯାଉଥିଲା। ତେବେ ମାମଲାର ଶୁଣାଣି ସମାପ୍ତ ହେବା ପରେ ସିଏଏସ୍‌ ଭିନେଶଙ୍କ ତିନୋଟି ପ୍ରଶ୍ନର ଉତ୍ତର ମାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, କେବଳ ଭିନେଶଙ୍କ ଉତ୍ତର ଆଧାରରେ ସିଏଏସ୍‌ ଏହାର ନିଷ୍ପତ୍ତି ଦେବ।

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ସେ ଲଗାତାର ୩ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ସେ ଆମେରିକୀୟ ରେସଲରଙ୍କ ସହ ମୁହାଁମୁହିଁ ହୋଇଥାନ୍ତେ। ହେଲେ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଖବର ଆସିଥିଲା ଯେ ତାଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ ଅଧିକ ଥିଲା। ଏହି କାରଣରୁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିରେ ନିରାଶ ହୋଇ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ।

 

Share