Posted inଖେଳ

ଭିନେଶ ଫୋଗଟଙ୍କୁ ମିଳିବ ରୌପ୍ୟ ପଦକ! ବଡ଼ ଅପଡେଟ୍‌ ଦେଲା ସିଏଏସ୍‌

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଯୋଗ୍ୟତା ପ୍ରସଙ୍ଗରେ ଭିନେଶ ଫୋଗଟ ଆବେଦନ କରିଥିଲେ। ତାଙ୍କ ମାମଲାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ’ ସିଏଏସ୍‌ (CAS) ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛି। ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶଙ୍କ ମାମଲା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି CAS ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ସୂଚନା ଦେଇଛି। ଆଜି ଏହି ପ୍ରସଙ୍ଗରେ ଶୁଣାଣି ହେବ। କିନ୍ତୁ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ପଡିପାରେ।

ସିଏଏସ୍‌ ଏହାର ୱେବସାଇଟରେ ଲେଖିଛି, ଶୁକ୍ରବାର ଏହାର ଶୁଣାଣି ହେବ ଏବଂ ଅଲିମ୍ପିକ ଗେମ୍ସ ଶେଷ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ। ଏହା ଏପରି ଏକ ବିଷୟ ଯେ ଏକ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଭିନେଶ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ପାଇଁ ଅନୁରୋଧ କରିନଥିଲେ। କିନ୍ତୁ ତଥାପି ପ୍ରକ୍ରିୟା ବହୁତ ଶୀଘ୍ର କରାଯିବ।

ଅଯୋଗ୍ୟ ହେବା ପରେ ଭିନେଶ ସିଏଏସ୍‌ ରେ ଆବେଦନ କରିଥିଲେ। ଭିନେଶଙ୍କ ଓଜନ ନିୟମଠାରୁ ଅଧିକ ଥିଲା। ୧୦୦ ଗ୍ରାମ ଓଜନ ତାଙ୍କ ଉପରେ ଭାରୀ ହୋଇଗଲା। ଓଜନ ହ୍ରାସ କରିବାକୁ ଭିନେଶ ସବୁକିଛି ସମ୍ଭବ ଚେଷ୍ଟା କରିଥିଲେ। ସେ କେଶ ମଧ୍ୟ କାଟିଥିଲେ। ଏହା ସହିତ ପୋଷାକ ମଧ୍ୟ ଛୋଟ କରାଯାଇଥିଲା। କିନ୍ତୁ ତଥାପି ସଫଳତା ହାସଲ ହୋଇପାରିଲା ନାହିଁ। ଏହି କାରଣରୁ ସେ କୋର୍ଟଙ୍କ ନିକଟକୁ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

ଦ୍ୱିତୀୟ ଟେଷ୍ଟରେ ପୁଣି ଭାରତର ବ୍ୟାଟିଂ ବିପର୍ଯ୍ୟୟ; ୧୫୬ ରେ ଅଲଆଉଟ

ପୁଣେ,୨୫ା୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ।...

ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

ପୁଣେ,୨୫ା୧୦: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡି...

ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ...

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ...

ବିଶ୍ୱ ଚାମ୍ପିୟନକୁ ଧୂଳି ଚଟେଇଲା ଭାରତ: ନେଲା ବିଶ୍ୱକପ୍‌ ପରାଜୟର ବଦ୍‌ଲା

ଅହମଦାବାଦ,୨୪ା୧୦: ଦିନକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଦୁଇ ପଦାର୍ପଣକାରୀ ଖେଳାଳି ସାଇମା ଠାକୁର ଓ ତେଜଲ ହସବନିସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri