ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି

ମାଲକାନଗିରି,୨ା୧୦: ଆଇପିଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ମାଲକାନଗିରି ଏସ୍‌ପି ହୋଇଛନ୍ତି। ପୂର୍ବରୁ ବିନୋଦ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ ।

ସେହିପରି ରାହୁଲ ଗୋଏଲ କଟକ ରେଲ୍‌ଓ୍ବେ ଏସ୍‌ପି ହୋଇଥିବାବେଳେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓପିଏସ୍‌ ମିହିର ପଣ୍ଡାଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ନବରଙ୍ଗପୁର ଏସ୍‌ପି ଭାବେ ମିହିରଙ୍କୁ ନିଯୁକ୍ତି ମିଳିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା।  ବିଜ୍ଞପ୍ତି ଅନୁସାରେ, ୨୮ ଜଣ ଆଇପିଏସ୍‌ଙ୍କୁ ଅଦଳବଦଳ କରାଯାଇଥିଲା। ଯେଉଁଥିରେ କଟକ-ଭୁବନେଶ୍ୱର ପୋଲିସ କମିଶନର, କଟକ ଡିସିପି, ଭୁବନେଶ୍ୱର ଡିସିପି ପ୍ରମୁଖ ଥିଲେ। ପୂଜା ପୂର୍ବରୁ ଓଡିଶା ପୋଲିସରେ ବଡ଼ଧରଣର ଅଦଳବଦଳ ହୋଇଥିଲା। ଏହାସହିତ ନୂତନ ନିର୍ଦ୍ଦେଶାନାମା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର...

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ...

ସାମ୍ନାକୁ ଆସିଲେ ବର୍ଷା, ଆସୁ ଆସୁ କହିଦେଲେ ଏମିତି..

ଭୁବନେଶ୍ୱର,୨।୧୦: ବଢିଲାଣି ବିଜେଡି କଳି। ଏହି କଳି ଏବେ ଶଙ୍ଖ ଭବନରେ ପହଞ୍ଚିଛି। କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇ ଏବେ ଏହି କଳି ନେତାଙ୍କ ପାଖରେ...

ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ...

ଭିଡିଓ କନ୍‌ଫରେନ୍ସିଂରେ ଏକଲବ୍ୟ ମଡେଲ ସ୍କୁଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ପାଟଣା,୨ା୧୦: କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣର ନବନିର୍ମିତ ଏକଲବ୍ୟ ମଡେଲ ସ୍କୁଲକୁ ବୁଧବାର ଝାଡ଼ଖଣ୍ଡର ହଜାରୀବାଗରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ...

ବସ୍‌ ସହ କାଠ ବୋଝେଇ ଟ୍ରକ୍‌ର ମୁହାଁମୁହିଁ ଧକ୍କା: ୨୭ ଯାତ୍ରୀ ଆହତ, ଡ୍ରାଇଭର ସଙ୍କଟାପନ୍ନ

ଲକ୍ଷ୍ମୀପୁର,୨ା୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଛକ ରେଲଓ୍ବେ ଓଭରବ୍ରିଜ୍‌ ନିକଟ ୩୨୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର...

ଭାଜପାରେ ମିଶିବାକୁ ବହୁ ବିଜେଡି ନେତାଙ୍କ ଆବେଦନ ଆସୁଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ’-ମନମୋହନ

ଭୁବନେଶ୍ୱର,୨।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ...

ମହାଳୟାରେ ବଜ୍ର ମହାକାଳୀଙ୍କୁ ପୂଜାର୍ଚ୍ଚନା କଲେ ମହିଳା

ଦାରିଙ୍ଗବାଡି,୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୁଧବାର ମହାଳୟା ଅବସରରେ ବଜ୍ର ମହାକାଳୀଙ୍କ ପୂଜାର୍ଚନା କରାଯାଇଛି । ଦିନ ତମାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri