ଆଚରଣ ବିଧି ଲାଗୁ ହେଉ ହେଉ ଉଲ୍ଲଂଘନ କଲା ବିଜେଡି: ଭାଜପା

ଭୁବନେଶ୍ବର,୧୪ା୧୦(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନକୁ ଏକ ପ୍ରହସନରେ ପରିଣତ କରିବାର ପ୍ରୟାସ କରିଛି। ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗତ ୩ ତାରିଖରେ ଦିନ ଘୋଷଣା କଲେ। ଏହା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ସତ, କିନ୍ତୁ ଶାସନ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ଖୋଲାଖୋଲି ନିର୍ବାଚନ ବିଧି ଉଲ୍ଲଂଘନ କରିବା ଆରମ୍ଭ କରିଦେଲା ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗୁରୁବାର ଅଭିଯୋଗ କରିଛନ୍ତି। ସେହିପରି ଧାମନଗର ଓ ତିହିଡି ବିଡିଓଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବଦଳି କରାଯାଇଥିବା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଦାବି କରିଛନ୍ତି।

Share