Advertisement

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ସେମିଳିଗୁଡା/ସୁନାବେଡ଼ା, ୨୩|୧ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକ ଏବଂ ସୁନାବେଡ଼ା ମ୍ୟୁନିସିପାଲିଟିର କେତେକ ସ୍ଥାନରେ ହୋର୍ଡ଼ିଂ ଲାଗିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହି ହୋର୍ଡିଂଗୁଡିକୁ କାଢିବା ଲାଗି ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ପାଳନ କରାଯାଇନାହିଁ। ହାଲ୍‌ର ଓ୍ବାଇ ଜୋନ ଏବଂ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ କାଳୀମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ଗାନ୍ଧୀନଗର ମରିଅମ୍‌ ସ୍କୁଲ ସମ୍ମୁଖରେ ଏବଂ ସୁବାଇ ହାଟପଦା, କୁନ୍ଦୁଲି ହାଟପଦା, କୁନ୍ଦୁଲି ମେଡିକାଲ ସମ୍ମୁଖରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ହୋଡିଂ ରହିଛି। ଏ ସମ୍ପର୍କିତ ବୋର୍ଡ କୋଟିଆ ରାସ୍ତାରେ ଏବଂ ରେଙ୍ଗାରେ ରହିଛି। ଫଳରେ ଏହା ଦଳୀୟ ପ୍ରଚାରର ବାର୍ତ୍ତା ବହନ କରି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ସମ୍ପୃକ୍ତ ହୋର୍ଡିଂଗୁଡିକୁ ହଟାଇବାକୁ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel