Posted inଜାତୀୟ

ମଣିପୁରରେ ପୁଣି ହିଂସା!

ଇମ୍ଫାଲ,୧୭।୧: ବୁଧବାର ସକାଳେ ମଣିପୁରର ମୋରେହ ଜିଲାରେ ସୁରକ୍ଷା ବାହିନୀ ଏବଂ ସନ୍ଦିଗ୍ଧ କୁକି ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଏହା ପରେ ସିଡିଏ ଅଧିକାରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ପୋଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ବୋମା ଫିଙ୍ଗି ଏସବିଆଇ ମୋରେହ ନିକଟରେ ଥିବା ଏକ ସୁରକ୍ଷା ପୋଷ୍ଟରେ ଗୁଳି ଚଳାଇଥିଲେ।

ପୋଲିସ କହିଛି କି ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସୀମାବର୍ତ୍ତି ସହରରେ ସାଜ୍ୟ ସୁରକ୍ଷା ବାହୀନି ଦ୍ୱାରା ୨ ସନ୍ଦିଗ୍ଧଙ୍କୁ ଗିରଫ କରିବାର ୪୮ ଘଣ୍ଟା ପରେ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାର୍କମୀଙ୍କ ଶିବିର ଉପରକୁ ଗୁଳିମାଡ କରିଥିଲେ। ଏହାପୂର୍ବରୁ, ମଣିପୁର ସରକାର ଜାନୁଆରୀ ୧୬ ମଧ୍ୟରାତ୍ରିରୁ ତେଙ୍ଗନୋଉପଲରେ ଶାନ୍ତିର ଭଙ୍ଗ ହେବା, ସାର୍ବଜନିନ ସଦଭାବ ବିଗିଡିବା ତଥା ମାନବ ଜୀବନ ତଥା ସମ୍ପତ୍ତି ପ୍ରତି ଘୋର ବିପଦ ଆଶଙ୍କା କରି ସରକାର ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରିଥିଲେ।
ଜିଲା ମାଜିଷ୍ଟ୍ରେଟ ତେଙ୍ଗନୁପାଲଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଅତ୍ୟାବଶ୍ୟକ ସେବା ସହ ଜଡିତ ସରକାରୀ ଏଜେନ୍ସିଗୁଡିକ ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ। ଏହି ସମୟରେ, ଏକ ରିପୋର୍ଟରେ କୁହାଯାଇଛି ଯେ ମଙ୍ଗଳବାର ରାତିରେ ଇମ୍ଫାଲ ପଶ୍ଚିମ ଜିଲାର କାଉଟ୍ରୁକ ଗ୍ରାମରେ ଗ୍ରାମ ସ୍ବେଚ୍ଛାସେବୀ ତଥା କୁକି ଉଗ୍ରବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ପହଞ୍ଚିବା ପରେ ଆକ୍ରମଣକାରୀମାନେ ଗୁଳି ଚଳାଇବା ବନ୍ଦ କରି ଦେଇଛନ୍ତି।
ପୋଲିସ ଅଧିକାରୀଙ୍କ କହିବାନୁସାରେ, ସନ୍ଦିଗ୍ଧଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଦୁଇ ଅଭିଯୁକ୍ତଙ୍କ ସର୍ତ୍ତମୂଳକ ମୁକ୍ତ ହେବା ଦାବିରେ ବହୁ ସଂଖ୍ୟାରେ ମହିଳା ମୋରେହ ପୋଲିସ ଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚୁରଚାନ୍ଦପୁର ଜିଲାର ଆଦିବାସୀ ନେତା ଫୋରମ (ଆଇଟିଏଲଏଫ) ଏବଂ କାଙ୍ଗପୋକପି ଜିଲାର ଆଦିବାସୀ ଏକତା କମିଟି (ସିଓଟିୟୁ) କୁକି ଇନପି ତେଙ୍ଗନୁପାଲ (କିଟ) ଏହି ଦୁଇଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri