ଇମ୍ଫାଲ,୧୯।୧: ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ବୁଧବାର (ଜାନୁଆରୀ ୧୭) ରାତି ଏବଂ ଗୁରୁବାର (ଜାନୁଆରୀ ୧୮) ସକାଳେ ରାଜ୍ୟର ବିଭିନ୍ନ ଜିଲାରେ ହୋଇଥିବା ହିଂସାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ତିନିଜଣ ସୀମା ସୁରକ୍ଷା ବଳ (ବିଏସଏଫ) କର୍ମଚାରୀ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳେ ରାଜ୍ୟର ଅନେକ ସ୍ଥାନରେ ତୀବ୍ର ଓ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା।
ପୋଲିସର ସୂଚନାନୁସାରେ, ଗୁରୁବାର ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ବିଷ୍ଣୁପୁର ଜିଲାର ନିଙ୍ଗଥୋଙ୍ଗ ଖା ଖୁନୌରେ ଉଗ୍ରବାଦୀମାନେ ଚାରିଜଣଙ୍କୁ ହତ୍ୟା କରିଥିଲେ। ବିଷ୍ଣୁପୁର ପୋଲିସ ଅଧୀକ୍ଷକ ମେଘଚନ୍ଦ୍ର ସିଂ କହିଛନ୍ତି େ,ଯ ଆମେ ସମସ୍ତ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇ ବ୍ୟବଚ୍ଛେଦ ପାଇଁ ଇମ୍ଫାଲକୁ ପଠାଇଛୁ। ଏହି ସମୟରେ ଗୁରୁବାର ସକାଳେ ଅନ୍ୟ ଏକ ଘଟଣାରେ ଉଗ୍ରବାଦୀ ଇମ୍ଫାଲ ପଶ୍ଚିମ ଜିଲାର କଙ୍ଗଚୁପରେ ଗୁଳି ଚଳାଇଥିଲେ, ଯେଉଁଥିରେ ୨୩ ବର୍ଷିୟ ମେତେଇ ତଖେଲମ୍ବମ ମନୋରଂଜନଙ୍କ ମୃତ୍ୟୁ ଘଟିଥିଲା।