Categories: ଜାତୀୟ

ପଶ୍ଚିମବଙ୍ଗରେ ପୁଣି ହିଂସା, ବୋମା ବିସ୍ଫୋରଣରେ ଟିଏମ୍‌ସି କର୍ମୀଙ୍କ ମୃତ୍ୟୁ

କୋଲକାତା,୫।୨: ପଶ୍ଚିମବଙ୍ଗର ବୀରଭୂମ ଜିଲାର ମାରଗ୍ରାମରେ ଏକ ବୋମା ବିସ୍ଫୋରଣରେ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ଆହତ ହୋଇଥିଲେ।
ମୃତ ନ୍ୟୁଟନ ଶେଖଙ୍କ ପରିବାର ସଦସ୍ୟ ଏହି ଆକ୍ରମଣ ପାଇଁ କଂଗ୍ରେସ ସମର୍ଥକ ଦାୟୀ ବୋଲି ଅଭିଯୋଗ କରିଥିବାବେଳେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ କହିଛନ୍ତି, ମାରଗ୍ରାମରେ ଦଳର ଉପସ୍ଥିତି ବହୁତ କମ। ତେଣୁ ଏହି ଘଟଣାରେ କଂଗ୍ରେସ ସମ୍ପୃକ୍ତ ନୁହେଁ।
ମାରଗ୍ରାମର ଟିଏମସି ପଞ୍ଚାୟତ ମୁଖ୍ୟ କହିଛନ୍ତି, ଏହା ଏକ ବଡ ଷଡଯନ୍ତ୍ର ଏବଂ ଏହି ବୋମା ତିଆରି କରିବା ପାଇଁ ସାମଗ୍ରୀର ଉତ୍ସ ଯାଞ୍ଚ କରାଯିବା ଉଚିତ୍‌।

Share