ନାରୀ ନିର୍ଯାତନା, ଅଭିଯୋଗ ସହ ସଚେତନତା ଜରୁରୀ

ମହିଳାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାଯର୍ର୍‌ୟକାରୀ କରାଯାଉଛି। ଏହା ସତ୍ତ୍ୱେ ମହିଳା ବିରୋଧୀ ହିଂସାକାଣ୍ଡ କମିବାରେ ନଁା ଧରୁନି। ରାଜ୍ୟ ମହିଳା କମିଶନରେ ନାରୀ ନିର୍ଯାତନା ନେଇ ପ୍ରତିମାସରେ ଶତାଧିକ ମାମଲା ପଞ୍ଜୀକୃତ ହେଉଥିବାବେଳେ ଏବେ ୫ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସଂଖ୍ୟା ସର୍ବାଧିକ ରହିଛି। ଅପରପକ୍ଷରେ ସଚେତନତା ମାଧ୍ୟମରେ ଏହାର ମୂଳୋପତ୍ାଟନ କରିବାକୁ ପ୍ରୟାସ ଜାରି ରହିଥିବା କମିଶନ ପକ୍ଷରୁ କୁହଯାଇଛି।

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା)
ଯୁଗ ପରିବର୍ତ୍ତନ ଅନୁସାରେ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏବେବି ମହିଳାମାନେ ନିର୍ଯାତିତ ହେଉଛନ୍ତି। ମହିଳା କମିଶନରୁ ମିଳିଥିବା ତଥ୍ୟ ଅନୁସାରେ ପୂର୍ବ ଓଡ଼ିଶାରେ ସର୍ବାଧିକ ନାରୀ ନିର୍ଯାତନା ସାମ୍‌ନାକୁ ଆସୁଛି। ଘରୋଇହିଂସା, ଯାୈତୁକ ନିର୍ଯାତନା ତଥା ହତ୍ୟା, ସନ୍ଦେହଜନକ ମୃତ୍ୟୁ, ବିବାହ ପାଇଁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା, ବଳାକତ୍ାର, ଅପହରଣ, ସମ୍ପତ୍ତି ଅଧିକାର, ଯୌନ ନିର୍ଯାତନା, କର୍ମକ୍ଷେତ୍ରରେ ନିର୍ଯାତନା, ମୌଖିକ ଅସଦାଚରଣ ସହ ଅନ୍ୟାନ୍ୟ ଅଧିକାର କ୍ଷୁଣ୍ଣ ହେବା ଭଳି ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ଏଭଳି ଘଟଣା ଉପକୂଳ ଓଡ଼ିଶାରୁ ଅଧିକ ହେଉଥିବା ରିପୋର୍ଟ ହେଉଛି। ୨୦୧୮-୧୯ ମସିହା ତଥ୍ୟ ଅନୁସାରେ କେବଳ ଭୁବନେଶ୍ୱରରୁ ୩୫୩, କଟକ ୨୬୪, ଖୋର୍ଦ୍ଧା ୨୫୦, ପୁରୀରୁ ୨୩୦ ମାମଲା ରହିଛି। ୨୦୧୯-୨୦ ବର୍ଷରେ ଭୁବନେଶ୍ୱରରୁ ୩୯, କଟକରୁ ୨୫୨, ଖୋର୍ଦ୍ଧାରୁ ୨୩୭ ଏବଂ ପୁରୀରୁ ୨୦୩ ମାମଲା ପଞ୍ଜୀକୃତ ହୋଇଛି। ୨୦୨୦-୨୧ ବର୍ଷରେ ଭୁବନେଶ୍ୱରରୁ ୨୯୩, କଟକରୁ ୨୧୮, ଖୋର୍ଦ୍ଧାରୁ ୨୦୦ ଏବଂ ପୁରୀରୁ ୧୬୦ ମାମଲା ପଞ୍ଜୀକୃତ ହୋଇଛି। ୨୦୨୧-୨୨ ବର୍ଷରେ ଭୁବନେଶ୍ୱରରୁ ୨୬୨, କଟକରୁ ୧୯୯, ଖୋର୍ଦ୍ଧାରୁ ୧୭୯ ଏବଂ ପୁରୀରୁ ୧୪୮ ମାମଲା ପଞ୍ଜୀକୃତ ହୋଇଛି। ୨୦୨୨-୨୩ ବର୍ଷରେ ଭୁବନେଶ୍ୱରରୁ ୩୩୮, କଟକରୁ ୨୨୫, ଖୋର୍ଦ୍ଧାରୁ ୧୯୯ ଏବଂ ପୁରୀରୁ ୧୫୧ ଅଭିଯୋଗ ହୋଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲାରୁ ପ୍ରତିବର୍ଷ ଶତାଧିକ ମାମଲା ମହିଳା କମିଶନରେ ପଞ୍ଜିକରଣ କରାଯାଉଛି। ପ୍ରତି ଜିଲାରୁ ପ୍ରତିବର୍ଷ ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହୁଛି। ୧୯୯୩ରେ ମହିଳା କମିଶନ ପ୍ରତିଷ୍ଠା ପରଠାରୁ ୨୦୨୩ ଅଗଷ୍ଟ ମଧ୍ୟରେ ସମୁଦାୟ ୮୦ ହଜାର ୭୭ ଅଭିଯୋଗ ଆସିଥିବାବେଳେ ସେଥିରୁ ୭୪ ହଜାର ୯୮୦ ମାମଲାର ସମାଧାନ ହୋଇଛି। ୫,୦୯୭ ମାମଲା ବିଚାରାଧୀନ ରହିଛି।

Share