ଚାଇନାରେ ମହିଳା ନିର୍ଯାତନାରେ ବୃଦ୍ଧି, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…

ବେଜିଂ,୩।୭ : ପାରିବାରିକ ହିଂସା ମାମଲା ଚାଇନାର ଯୁବବର୍ଗମାନଙ୍କ ମଧ୍ୟରେ ବିବାହକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ହାଇ ପ୍ରୋଫାଇଲ ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି, ଯେଉଁ କାରଣରୁ ଚାଇନା ଯୁବବର୍ଗମାନେ ବିବାହକୁ ଏଡ଼ାଉଛନ୍ତି।

ସମ୍ପ୍ରତି ଚାଇନାରେ ଘରୋଇ ହିଂସା ମାମଲା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହତ୍ୟାକାଣ୍ଡର ଭିଡିଓ ଦିନରାତି ରେକର୍ଡ କରାଯାଇଥିଲା। ପୂର୍ବ ଶାନ୍ଦୋଙ୍ଗ ପ୍ରଦେଶରେ ଏହି ହତ୍ୟାକାଣ୍ଡ ଘଟିଥିଲା ଏବଂ ପୁରା ଘଟଣାକୁ ଜଣେ ସାକ୍ଷୀ ରେକର୍ଡ କରିଥିଲେ। ବ୍ୟକ୍ତି ଜଣକ ଏହି ଭିଡିଓକୁ ଅନଲାଇନରେ ପୋଷ୍ଟ କରିଥିଲେ ଯାହା ପରେ ଘରୋଇ ହିଂସା ମାମଲା ସାମ୍ନାକୁ ଆସିଥିଲା।

ଭିଡିଓରେ ପୁରୁଷ ଜଣକ ବାରମ୍ବାର ମହିଳାଙ୍କ ଉପରେ କାର ଚଳାଉଥିବାର ନଜର ଆସିଛନ୍ତି। ଯାହା ପରେ ପୋଲିସ ମହିଳାଙ୍କୁ ତାଙ୍କ ସ୍ତ୍ରୀ ବୋଲି ଚିହ୍ନଟ କରିଥିଲା। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଥିଲା ସ୍ବାମୀ ବାରମ୍ବାର ତାଙ୍କ କାରରୁ ଓହ୍ଲାଇ ଆସି ତାଙ୍କ ସ୍ତ୍ରୀ ଜୀବିତ ଅଛନ୍ତି କି ନାହିଁ ପରୀକ୍ଷା କରୁଥିଲେ।

ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଅନଲାଇନରେ ଏହି ଭିଡିଓ ଭାଇରାଲ ହୋଇଛି। ଚାଇନାର ଟୁଇଟର ପରି ସମାନ ଆପ୍‌ ୱାଇବୋରେ  ଏହି ଭିଡ଼ିଓ ୩୦୦ ମିଲିୟନ ଭ୍ୟୁ ହାସଲ କରିଛି।

ଅନେକ ଲୋକ ଏହି ଆକ୍ରମଣକୁ ଅତି ନିଷ୍ଠୁର ବୋଲି ବର୍ଣ୍ଣନା କରିଛନ୍ତି। ଗତ ମାସରେ ଦକ୍ଷିଣ ଗୁଆଙ୍ଗଡୋଙ୍ଗରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ବୋହୂକୁ ଛୁରୀରେ ହତ୍ୟା କରିଥିଲେ। ତାଙ୍କ ପରିବାର ରାଜ୍ୟ ଗଣମାଧ୍ୟମ କହିଛନ୍ତି ସ୍ତ୍ରୀ ବର୍ଷ ବର୍ଷ ଧରି ଘରୋଇ ହିଂସାର ଶିକାର ହୋଇଥିଲେ ଏବଂ ତାଙ୍କ ସ୍ବାମୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ।

Share