ନୁହ ହିଂସା: ଶାନ୍ତି ପାଇଁ ଆମେରିକାର ଅନୁରୋଧ…

ଓ୍ବାଶିଂଟନ,୩।୮ : ହରିୟାଣାର ନୁହରେ ହୋଇଥିବା ହିଂସା ମାମଲାରେ ଆମେରିକାର ବିବୃତ୍ତି ସାମ୍ନାକୁ ଆସିଛି। ହିଂସା ଉପରେ ଆମେରିକା ଶାନ୍ତି ପାଇଁ ଅନୁରୋଧ କରିଛି। ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ନିବେଦନ କରିଛି।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ହିଂସା ଘଟଣାରେ ଫସି ରହିଥିବା କୌଣସି ଆମେରିକୀୟଙ୍କ ବିଷୟରେ ସୂଚନା ନାହିଁ। ସେ ଏହି ପ୍ରସଙ୍ଗରେ ଦୂତାବାସ ସହିତ ଯୋଗାଯୋଗ କରିବା ବିଷୟରେ କହିଥିଲେ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲରଙ୍କୁ ନୁହରେ ହୋଇଥିବା ହିଂସା ଉପରେ ପଚରାଯାଇଥିଲା କୌଣସି ଆମେରିକୀୟ ନାଗରିକ ଏହି ଅଞ୍ଚଳରେ ଫସି ରହିଛନ୍ତି କି ନାହିଁ, ସେତେବେଳେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଏହି ଉତ୍ତର ଦେଇଛନ୍ତି।

ଆମେ ସର୍ବଦା ପରି ଶାନ୍ତ ହେବା ଏବଂ ହିଂସାତ୍ମକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପକ୍ଷମାନଙ୍କୁ ନିବେଦନ କରୁଛୁ।

Share