ଫ୍ରାନ୍ସରେ ଘୋଷଣା ହୋଇପାରେ ଜରୁରୀକାଳୀନ ପରିସ୍ଥିତି

ପ୍ୟାରିସ,୧।୭:  ଆଫ୍ରିକୀୟ ଯୁବକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନାହିଁ। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଏକ ଜରୁରୀ ବୈଠକ ଡାକିଥିଲେ। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ କହିଛନ୍ତି ଯେ, ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହିତ ଶୃଙ୍ଖଳା ଫେରାଇ ଆଣିବା ପାଇଁ ସମସ୍ତ ବିକଳ୍ପ ଉପରେ ବିଚାର କରୁଛନ୍ତି। ଅନ୍ୟପଟେ ପ୍ରଦର୍ଶନକାରୀମାନେ ମାର୍ସେଲ ସହରର ଏକ ବଡ଼ ଲାଇବ୍ରେରୀରେ ନିଆଁ ଲଗାଇ ଦେଇଛନ୍ତି।

ପ୍ରଦର୍ଶନକାରୀମାନେ ରାତିସାରା ଫ୍ରାନ୍ସର ରାସ୍ତାରେ ଦଙ୍ଗା କରିଛନ୍ତି। ଏପରିକି ୧୩ ଟି ବସ୍‌ରେ ନିଆଁ ଲଗାଇଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮୭୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ୨୦୦ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Share