Categories: ଜାତୀୟ

ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ

କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ପୁରୁଲିଆ ଜିଲାରେ ତୃଣମୂଳ ନେତାଙ୍କ ହତ୍ୟାକୁ ବିରୋଧ କରି ଶୁକ୍ରବାର ଦିନ ତାଙ୍କ ସମର୍ଥକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ମାମଲାରେ ଶୁକ୍ରବାର ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏନେଇ ପୋଲିସ ସୂଚନା ଦେଇଛି। ପୋଲିସ ଅଧିକାରୀ କହିଛନ୍ତି, ଏହି ହତ୍ୟାରେ ସିଧାସଳଖ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଆମେ ଗିରଫ କରିଛୁ। ଏହି ଅଞ୍ଚଳର ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ତିନି କିମ୍ବା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଥାଇପାରନ୍ତି। ଆମେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛୁ।

ସେପଟେ ଉତ୍ତର ୨୪ ପରଗାନା ଜିଲାର ବାଙ୍ଗାଓଁରେ ଜଣେ ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ ହୋଇଥିବା ଅଭିଯୋଗ ହୋଇଛି। ନେତାଙ୍କ ଘରେ ତୃଣମୂଳ ସମର୍ଥକ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏନେଇ ସେ ସ୍ଥାନରେ ଉତ୍ତେଜନା ଲାଗି ରହିଛି। ବାଙ୍ଗାଓଁ ଉତ୍ତର ପ୍ରଦେଶର ଭାଜପା ବିଧାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏହି ଅଭିଯୋଗକୁ ତୃଣମୂଳ ଖଣ୍ଡନ କରିଛି।

Share