ହୋଣ୍ଡୁରାସରେ ହିଂସା ତେଜିଲା, ଗୋଟିଏ ରାତିରେ ୨୦ରୁ ଅଧିକ ମୃତ୍ୟୁ, କର୍ଫ୍ୟୁ ଘୋଷଣା କଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୬।୬ : କେନ୍ଦ୍ରୀୟ ଆମେରିକାରେ ଅବସ୍ଥିତ ହୋଣ୍ଡୁରାସରେ ହିଂସା ବୃଦ୍ଧି ପାଇବାରେ ଲାଗିଛି। ପୃଥକ ପୃଥକ ଆକ୍ରମଣରେ ଗୋଟିଏ ରାତିରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ସରକାର ରବିବାର ଦୁଇଟି ଉତ୍ତର ସହରରେ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଡଗାର୍ଡୋ ବାରହୋନା କହିଛନ୍ତି ଉତ୍ତର ବିନିର୍ମାଣ ସହର ଚୋଲୋମା ପଡ଼ିଆରେ ଥିବା ଏକ ବିଲିୟର୍ଡ ହଲରେ ଶନିବାର ରାତିରେ ସଶସ୍ତ୍ର ଲୋକମାନେ ଗୁଳି ଚଳାଇଥିଲେ। ଯେଉଁଠାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଶନିବାର ଦିନ ଉତ୍ତର ଭାଲେ ଦେ ସୁଲା ଅଞ୍ଚଳରେ ଶିଳ୍ପ ସହରରେ ସାନ ପେଡ୍ରୋ ସୁଲାରେ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି।

ସହରରେ ବୃଦ୍ଧି ପାଉଥିବା ହିଂସାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜିଆମାରା କାଷ୍ଟ୍ରୋ ତୁରନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି। ତୁରନ୍ତ ପ୍ରଭାବ ସହିତ ଚୋଲୋମାରେ ରାତି ୯ ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ୧୫ ଦିନିଆ କର୍ଫ୍ୟୁ ଘୋଷଣା କରାଯାଇଛି । ଏଥି ସହିତ ସାନ ପେଡ୍ରୋ ସୁଲାରରେ କର୍ଫ୍ୟୁ ଜୁଲାଇ ୪ ରୁ କାର୍ଯ୍ୟକାରୀ ହେବ।

କାଷ୍ଟ୍ରୋ କହିଛନ୍ତି ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଭିଯାନ, ଚଢ଼ାଉ, ଅବରୋଧ କରାଯାଇଛି। ଚୋଲୋମା ହତ୍ୟାକାଣ୍ଡ ପାଇଁ ଦାୟୀ ବ୍ୟକ୍ତିଙ୍କ ଚିହ୍ନଟ ତଥା ସୂଚନା ପାଇଁ ଏହା ୩୨,୭୦୭ ଡଲାରର ନଗଦ ପୁରସ୍କାର ଘୋଷଣା କରାଯାଇଛି। ଯୁଦ୍ଧର ମୁକାବିଲା ପାଇଁ ଡିସେମ୍ବରରୁ ହୋଣ୍ଡୁରାସର କିଛି ଅଂଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି।

Share