Categories: ଜାତୀୟ

ମଣିପୁରରେ ପୁଣି ହିଂସା: ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ, ଜଣେ ମୃତ

ଇମ୍ଫାଲ,୩୧।୧୨: ମଣିପୁରରେ ପୁଣି ହିଂସା । ଶନିବାର ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି।

ଘଟଣାଟି ଭାରତ-ମିଆଁମିଆଁ ସୀମାରେ ଅବସ୍ଥିତ ମୋରେହରେ ଘଟିଛି । ସୂଚନାଥାଉ କି, ମେ ମାସରୁ ମଣିପୁରରେ ହିଂସା ଜାରି ରହିଛି। ଏନେଇ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ ‘କି ଲୋକେସନ ପଏଣ୍ଟ’ (କେଏଲପି) ଆଡ଼କୁ ଯାଉଥିବା ପୋଲିସ କମାଣ୍ଡୋଙ୍କ ଗାଡିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମଣରେ କମାଣ୍ଡୋ ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଆସାମ ରାଇଫଲ୍ସ କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି। ମଣିପୁରୁ ପୋଲିସ କମାଣ୍ଡୋମାନେ ଏହି ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା । ସେହିପରି ଇମ୍ଫାଲ ଓ୍ବେଷ୍ଟ ଜିଲାର କଦଙ୍ଗବଙ୍ଗଦ ଗାଁରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଜଣେ ବ୍ୟକ୍ତିଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିକରି ହତ୍ୟା କରିଛନ୍ତି।
ଘଟଣା ଅନୁଯାୟୀ, ପ୍ରଥମେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା। ଏହା ପରେ ୩୫୦ ରୁ ୪୦୦ ଗୁଳମାଡ କରାଯାଇଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଛି।

Share