ଫ୍ରାନ୍ସରେ ହିଂସା: ୮୭୫ଜଣ ଗିରଫ, ଉପଦ୍ରବକାରୀଙ୍କ ମଧ୍ୟରେ ୧୪ବର୍ଷିୟ ନାବାଳକ ସାମିଲ୍‌

ପ୍ୟାରିସ୍‌,୩୦।୬:ତିନ ଦିନ ଧରି ଫ୍ରାନ୍ସରେ ହିଂସା ଲାଗି ରହିଛି। ୧୭ବର୍ଷିୟ ନାବାଳକକୁ ପୋଲିସ ଗୁଳିକରି ହତ୍ୟାକୁ ନେଇ ଫ୍ରାନ୍ସର ଶହ ଶହ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରୀମାନେ ଗାଡି, ଦୋକାନ, ବିଦ୍ୟାଳୟ ଏବଂ ସର୍ବସାଧାରଣ ଲାଇବ୍ରେରୀରେ ନିଆଁ ଲଗାଇଦେଇଛନ୍ତି।

ସୂଚନାଯୋଗ୍ୟ, ଉପଦ୍ରବକାରୀମାନେ ପୋଲିସ ଉପରକୁ ବୋମା ପକାଇଛନ୍ତି। ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ୪୦ହଜାର ପୋଲିସ କର୍ମୀଙ୍କୁ ମୁତୟନ କରିଛି। ଏପର୍ଯ୍ୟନ୍ତ ୮୭୫ ଜଣ ଉପଦ୍ରବକାରୀଙ୍କୁ ଗିରଫ କରାଯାଇଛି। ଏହି ଉପଦ୍ରବକାରୀଙ୍କ ମଧ୍ୟରେ ୧୪ରୁ ୧୮ବର୍ଷିୟ କିଶୋର ମଧ୍ୟ ସାମିଲ ଅଛନ୍ତି।

ଫ୍ରାନ୍ସର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତିନି ଦିନ ମଧ୍ୟରେ ଉପଦ୍ରବକାରୀମାନେ ୪୯୨ଟି କୋଠାକୁ ନଷ୍ଟ କରିଦେଇଛନ୍ତି। ୨ହଜାର ଗାଡି ପୋଡି ଦେଇଛନ୍ତିି। ଦେଶର ୩୮୮୦ ଅଞ୍ଚଳରେ ଉପଦ୍ରବକାରୀମାନେ ନିଆଁ ଲଗାଇ ଦେଇଛନ୍ତି।

Share