ଫ୍ରାନ୍ସ ଜଳୁଥିବାବେଳେ ରାଷ୍ଟ୍ରପତି ମାକ୍ରନଙ୍କ କନର୍ସଟ ଭିଡିଓ ଭାଇରାଲ

ପ୍ୟାରିସ,୧।୭:ପୋଲିସ ଗୁଳିରେ ନାବାଳକର ହତ୍ୟାକୁ ନେଇ ଜଳୁଛି ଫ୍ରାନ୍ସ। ଆଜିକୁ ୪ଦିନ ଧରି ହିଂସା ଜାରି ରହିଛି। ହିଂସା ଏବେ ବେଲଜିୟମ ଯାଏଁ ପହଞ୍ଚିଛି। ଏହି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବ୍ରିଟିଶ ଗାୟିକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଦେଶବ୍ୟାପୀ ରାଷ୍ଟ୍ରପତିଙ୍କୁ ସମାଲୋଚନା କରାଯାଇଛି। ସୋସିଆଲ ମିଡିଆରେ ୟୁଜର୍ସମାନେ ରାଷ୍ଟ୍ରପତିଙ୍କୁ ଦାୟିତ୍ୱହୀନ କହିବା ସହ ତାଙ୍କୁ ନିନ୍ଦା କରିଛନ୍ତି।

ସୂଚନା ଅନୁଯାୟୀ, ପ୍ୟାରିସରେ ଏଲଟନଙ୍କ କନସର୍ଟରେ ମାକ୍ରନ ତାଙ୍କ ସ୍ତ୍ରୀ ଯୋଗ ଦେଇଥିଲେ। ଏଲଟନଙ୍କ ସ୍ବାମୀ ମାକ୍ରନଙ୍କ ସହ ବ୍ୟାକଷ୍ଟେଜରେ ନିଆଯାଇଥିବା ଏକ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସବୁଆଡୁ ନିନ୍ଦା କରାଯାଉଛି।

ଫ୍ରାନ୍ସ ହିଂସାରେ ଉପଦ୍ରବକାରୀମାନେ ୨ହଜାର କାର ପୋଡି ଦେଇଛନ୍ତି। ପୋଲିସ ୧୦୦୦ଉପଦ୍ରବକାରୀଙ୍କୁୁ ଗିରଫ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୪୫ହଜାର ପୋଲିସ ସହିତ ସଶସ୍ତ୍ର ଯାନ ନିୟୋଜିତ କରାଯାଇଛି। ଅନ୍ୟପକ୍ଷରେ ନାବାଳକ ନହେଲଙ୍କ ମା ଶନିବାର ପୁଅର ଶେଷକୃତ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି।

Share