ଗୁଡ଼ଭେଲା,୨୭ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ୬ ନମ୍ବର ଜିଲା ପରିଷଦ ଜୋନର ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ପ୍ରଚାର ପରେ ଭୋଟ କେନ୍ଦ୍ର ସମ୍ମୁଖରେ ଥିବା କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଥିଲେ। ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲ, ତୁଷୁରା ଥାନା ଅଧିକାରୀ ସବ ପ୍ରଧାନ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରି ବୁଝାଶୁଝା କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ସୂଚନାଯୋଗ୍ୟ ଯେ, ଜିଲା ପରିଷଦ ଭୋଟ ଗଣତି ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନ ଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ପ୍ରଚାର ହୋଇଥିଲା।