Categories: ଜାତୀୟ

ରାମ ନବମୀ ହିଂସା ବିରୋଧରେ ଆକ୍ସନ ମୁଡରେ ମମତା ସରକାର: ସିଆଇଡିକୁ ଯାଞ୍ଚ ହସ୍ତାନ୍ତର

କୋଲକାତା,୧।୪: ପଶ୍ଚିମବଙ୍ଗର ହାୱଡାରେ ହୋଇଥିବା ହିଂସା ପରେ ଏବେ ରାଜନୀତି ସରଗରମ ରହିିଛି। ଇତିମଧ୍ୟରେ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଦିନ ହୋଇଥିବା ହିଂସା ଘଟଣାର ଯାଞ୍ଚ କରିବ ସିଆଇଡି। ରାଜ୍ୟ ସରକାର ସିଆଇଡି ତଦନ୍ତ ପାଇଁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଅଞ୍ଚଳରେ ପୋଲିସର ପାଟ୍ରୋଲିଂକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ଘଟଣାର ଯାଞ୍ଚରେ ସିଆଇଡିର ସ୍ପେଶାଲ ଅପରେଶନ୍‌ ଗ୍ରୁପ ସହିତ ଅନେକ ବ୍ରାଞ୍ଚ ସାମିଲ ହେବେ। ଏଥିରେ ଡିଆଇଜି ର଼୍ୟାଙ୍କର ଅଧିକାରୀ ରହିବେବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ହିଂସାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାଜପା ମମତା ସରକାରକୁ ଟାର୍ଗେଟ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।

Share