Categories: ଜାତୀୟ

ମଣିପୁର ପରେ ମେଘାଳୟରେ ହିଂସାକାଣ୍ଡ, ୧୬ ଗିରଫ

ଶିଲଂ,୫।୫: ଶିଲଂ ମଣିପୁର ପରେ ମେଘାଳୟରେ ହିଂସାକାଣ୍ଡ। ଶୁକ୍ରବାର ମେଘାଳୟର ରାଜଧାନୀ ଶିଲଂରେ କୁକି ଏବଂ ମେଇତି ଦୁଇ ଛାତ୍ରଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏହି ଛାତ୍ରମାନେ ଶିଲଂ କଲେଜ ଏବଂ ୟୁନିଭରସିଟିରେ ପାଠ ପଢୁଛନ୍ତି। ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି।
ପୂର୍ବ ଖାସି ହିଲ୍ସ ଜିଲା ଅଧିକ୍ଷକ ସିଲଭେଷ୍ଟର ନୋଗଟାନର୍‌ କହିଛନ୍ତି, ଶିଲଂର ନାଗା ହିଲ୍ସ ଅଞ୍ଚଳରେ ଏହି ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗୁରୁବାର ରାତିରେ ଝଗଡା ଆରମ୍ଭ ହୋଇଥିଲା। ବଚସାରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି।

 

Share