ମ୍ୟାନମାରରେ ହିଂସା ଯୋଗୁ ସ୍ଥିତି ଅସମ୍ଭାଳ: ଜାତିସଂଘ…

ଜେନେଭା,୩୧।୧ : ମ୍ୟାନମାରରେ ସେନା ଦୁଇ ବର୍ଷ ପୂର୍ବେ ସରକାରଙ୍କଠାରୁ କ୍ଷମତା ଦଖଲ କରିଥିଲା। ବର୍ତ୍ତମାନ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଦେଶର ଲୋକଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଏହା ସହ ସେ ଚେତାବନୀ ଦେଇଛନ୍ତି ଯେ ସାଧାରଣ ନାଗରିକ ତଥା ରାଜନୈତିକ ନେତାଙ୍କ ଉପରେ ହେଉଥିବା କଟକଣା ମଧ୍ୟରେ ସାମରିକ ଶାସକଙ୍କର ଯୋଜନାବଦ୍ଧ ନିର୍ବାଚନ ଦେଶରେ ଅସ୍ଥିରତା ବଢ଼ାଇପାରେ।

ଜାତିସଂଘ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ ମ୍ୟାନମାରରେ ହୋଇଥିବା ସମସ୍ତ ପ୍ରକାର ହିଂସାକୁ ଆମେ ନିନ୍ଦା କରୁଛୁ। କାରଣ ଏହା ଦେଶର ସ୍ଥିତିକୁ ଆହୁରି ଖରାପ କରୁଛି ଏବଂ ଏହାର ଆଞ୍ଚଳିକ ପ୍ରଭାବ ରହିଛି।
ଜାତିସଂଘ ମୁଖପାତ୍ର କହିଛନ୍ତି ଯେ ରାଜନୈତିକ ନେତା, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଗଣମାଧ୍ୟମ ପ୍ରତିନତିଧିଙ୍କୁ ଗିରଫ ତଥା ନିର୍ଯାତନା ଦେବା ଉପରେ ଗୁଟେରସ ଆପତ୍ତି ଜଣାଇଛନ୍ତି। ଏଥିସହ, ବାୟୁସେନା ବିସ୍ଫୋରଣ ଏବଂ ସାଧାରଣ ନାଗରିକଙ୍କ ଘର ପୋଡି ଆଦିକୁ ସେନାର ଘୋଷିତ ଉଦ୍ଦେଶ୍ୟକୁ ନେଇ ସେ ଚିନ୍ତିତ ଅଛନ୍ତି। ଜାତିସଂଘର ମୁଖ୍ୟ କହିଛନ୍ତି ଯେ ଏହି ପ୍ରସ୍ତାବିତ ନିର୍ବାଚନ ଦ୍ୱାରା ଦେଶରେ ଅସ୍ଥିରତା ବୃଦ୍ଧି ପାଇବ। ଦୁଜାରିକ କହିଛନ୍ତି ଯେ ଜାତିସଂଘ ଶାନ୍ତିପୂର୍ଣ୍ଣ, ନ୍ୟାୟପୂର୍ଣ୍ଣ ସମାଜ ତଥା ରୋହିଙ୍ଗ୍ୟା ସମେତ ସମସ୍ତ ସମ୍ପ୍ରଦାୟର ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କର ଗଣତାନ୍ତ୍ରିକ ଆକାଂକ୍ଷାକୁ ସମର୍ଥନ କରେ।

Share