Categories: ଜାତୀୟ

ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ସଂଘର୍ଷ: ୮ଆହତ, ୧୪୪ଧାରା ଲାଗୁ

ମୁମ୍ବାଇ,୧୪।୫:ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରର ଅକୋଲା ଜିଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପଥର ମାଡ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ୮ଜଣ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଶନିବାର ରାତିରେ ଅକୋଲାର ପୁରୁଣା ସିଟି ପୋଲିସ ସେଷ୍ଟନ ନିକଟରେ କିଛି ଉତ୍ତ୍ୟକ୍ତ ବ୍ୟକ୍ତି ଯାନବାହନରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ସହ ୧୪୪ଧାରା ଲଗାଯାଇଛି। ହିଂସାକାଣ୍ଡରେ ୮ଜଣ ସାଧାରଣ ଲୋକଙ୍କ ସମେତ ୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଜଣେ ଧାର୍ମିକ ନେତାଙ୍କ ଉପରେ ଆପତ୍ତିଜନକ ପୋଷ୍ଟକୁ ନେଇ ଶନିବାର ରାତିରେ ଦୁଇଗୋଷ୍ଠୀ ଏକାଠି ହୋଇ ପରସ୍ପର ମଧ୍ୟରେ ଟେକାପଥର ମାଡ କରିବା ସହ ହିଂସାକାଣ୍ଡ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲୁହାବୁହା ଗ୍ୟାସ ବ୍ୟବହାର କରିଥିଲା। ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଅତିରିକ୍ତ ପୋଲିସ ସୁପରିଣ୍ଡେଣ୍ଟେ ମନିକା ରାଉତ କହିଛନ୍ତି।

Share