Posted inଜାତୀୟ

ମଣିପୁରରେ ପୁଣି ବ୍ୟାପିଲା ହିଂସା

ଇମ୍ଫାଲ,୩।୮: ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମରେ ହିଂସା ଆରମ୍ଭ ହୋଇଥିଲା। ଏଠାରେ ମୋତେଇ କଲୋନୀରେ ଗୁଳି ଚାଳନା କରାଯାଇଥିଲା। ଲାଲପାନି ଗାଁରେ ଏକ ଘରେ ନିଆଁ ଲାଗିଯାଇଥିଲା।
ସୂଚନାଯୋଗ୍ୟ, ମଣିପୁର ହିଂସା ପ୍ରଭାବିତ ଜିରିବମ ଜିଲାରେ ସ୍ଥିତି ସୁଧାରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟର ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଗୁରୁବାର ଆସାମର କାଚର ସ୍ଥିତ ସିଆରପିଏଫ ସୁବିଧା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ମୁହାଁମୁହିଁ ଠିଆ ହୋଇଥିବା ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।
ସ୍ବାଭାବିକତା ଆଣିବା ଏବଂ ଅଗ୍ନିକାଣ୍ଡ ଏବଂ ଗୁଳି ବିନିମୟ ବନ୍ଦ କରିବା ପାଇଁ ଉଭୟ ପକ୍ଷ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଜିରିବାମ ଜିଲାରେ ନିୟୋଜିତ ସମସ୍ତ ସୁରକ୍ଷା ବାହିନୀକୁ ଉଭୟ ପକ୍ଷ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷ ନିୟନ୍ତ୍ରିତ ଏବଂ ସମନ୍ବିତ ଗତିବିଧିକୁ ସହଜ କରିବେ। ସମସ୍ତ ଅଂଶଗ୍ରହଣକାରୀ ସମ୍ପ୍ରଦାୟର ପ୍ରତିନିଧୀମାନେ ଏହି ସମୟ ମଧ୍ୟରେ ପ୍ରତିଜ୍ଞା ସହ ଜଡିତ ବିବୃତ୍ତି ପ୍ରଦାନ କରିଥିଲେ। ଏଥିରେ ସମସ୍ତଙ୍କ ଦସ୍ତଖତ ଥିଲା।
ଏହି ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମର ଲାଲପାନି ଗ୍ରାମରେ ହିଂସା ଘଟିଥିଲା। ଶୁକ୍ରବାର ରାତିରେ ସଶସ୍ତ୍ର ଲୋକମାନେ ଗାଁର ଏକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏହି ଘଟଣା ପରେ ସେଠାକୁ ସୁରକ୍ଷା ବାହିନୀକୁ ପଠାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଦୁଷ୍କର୍ମକାରୀମାନେ ଅଗ୍ନିକାଣ୍ଡ ଘଟାଇ ଏହି ଅଞ୍ଚଳରେ ସୁରକ୍ଷା ଅଭାବର ସୁଯୋଗ ନେଇଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧାନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ତିରୁପତିର ପ୍ରସାଦ ବିବାଦ: କଡ଼ା ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ତିରୁପତିର ଶ୍ରୀଭେଙ୍କଟେଶ୍ୱର ମନ୍ଦିରର ପ୍ରସାଦ ଭାବେ ଶ୍ରଦ୍ଧାଳୁମାନଙ୍କୁ ମିଳୁଥିବା ଲଡୁରେ ଗୋରୁ ଚର୍ବି, ମାଛ ତେଲ ରହିଥିବା ଏକ ଲାବରେଟୋରି ରିପୋର୍ଟରୁ ସ୍ପଷ୍ଟ ହୋଇଛି।...

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri