‘ହିଂସା ଅନୁମତି କାହାକୁ ଦିଆଯିବ ନାହିଁ’

ଓ୍ବାଶିଂଟନ,୨୯ା୭: ଜାତିସଂଘର କର୍ମଚାରୀ ଏବଂ ସୁବିଧା ବିରୋଧରେ ଆକ୍ରମଣ ଅନ୍ତର୍ଜାତୀୟ ନିୟମ ବିରୋଧ ବୋଲି ଆମେରିକା କହିଛି। ଏଭଳି ଆକ୍ରମଣର ଅନୁସନ୍ଧାନ ପାଇଁ କଙ୍ଗୋ ସରକାରଙ୍କ ଉଦ୍ୟମକୁ ଆମେରିକା ପ୍ରଶଂସା କରିଛି।

ହିଂସାକୁ ଅନୁମତି ଦିଆଯିବା ଉଚିତ୍‌ ନୁହେଁ। ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଜାତିସଂଘ କର୍ମଚାରୀଙ୍କ ଉପରେ ଆକ୍ରମଣ ଅନ୍ତର୍ଜାତୀୟ ଆଇନ ବିରୋଧ ଅଟେ। ଶାନ୍ତିପୂର୍ଣ୍ଣ ବିରୋଧ ସହିତ ଅଭିବ୍ୟକ୍ତିର ସ୍ବାଧୀନତାକୁ ଅନୁମତି ଦିଆଯିବା ଉଚିତ୍‌, କିନ୍ତୁ ହିଂସା ନୁହେଁ। କଙ୍ଗୋରେ ଜାତିସଂଘ ବିରୋଧୀ ବିକ୍ଷୋଭରେ ଦୁଇ ଭାରତୀୟ ଶାନ୍ତି ରକ୍ଷାକାରୀଙ୍କୁ ହତ୍ୟା କରାଯିବା ପରେ ନେଡ୍‌ ପ୍ରାଇସ ଏପରି ବିବୃତ୍ତି ଦେଇଛନ୍ତି।

Share