ସିଏସ୍‌ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି

ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍‌ଇଏସ୍‌ଓଙ୍କୁ ଜିଲା ମୁଖ୍ୟ ସିଏସ୍‌ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରତିବାଦରେ ଶୁକ୍ରବାର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହି ସମୟରେ ଆଦିବାସୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା ହୋଇଥିଲା। ରାଜ୍ୟସଭା ସଦସ୍ୟ ତଥା ଆଦିବାସୀ ନେତା ନିରଞ୍ଜନ ବିଶି, ପୀଡ଼ିତାଙ୍କ ମା’ ଓ ଆଦିବାସୀ ସଂଘର ବନଲତା ମାଝି, ସଂଘ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ ଅଫିସକୁ ଯାଇ ଜିଲାପାଳ ଚଞ୍ଚଳ ରାଣାଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଅଭିଯୁକ୍ତ ମୁଖ୍ୟ ସିଏସ୍‌ଓ ମୀର ରାଜା ଅଲ୍ଲୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Share