Categories: ଜାତୀୟ

ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ରାୟଗଡ଼,୧୨ ।୫: ମଧ୍ୟପ୍ରଦେଶ ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜମିଜମା ବିବାଦ ତ୍ରୀବ୍ର ରୂପ ଧାରଣ କରିଛି । ଉଭୟଙ୍କ ମଧ୍ୟରେ ମାଡପିଟ ପରେ ଭଙ୍ଗାରୁଜା ହୋଇଛି । ଉତ୍ତେଜନା ପରିସ୍ଥିତିକୁ ଦେଖି ଗାଁରେ ପୋଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ବୁଧବାର ରାତିରେ ରାୟଗଡ଼ର କରନି ଗାଁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଜମି ବିବାଦକୁ ନେଇ କଟାକଥାଟି ସହ ମାଡପିଟ ଆରମ୍ଭ ହୋଇଥିଲା । ଏହାପରେ ଉତ୍ତେଜିତ ଜନତା ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେବା ସହ ମୋଟର ସାଇକେଲ ସମେତ କିଛି ଗାଡିକୁ ବାଡେଇ ଭାଙ୍ଗି ଦେଇଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଉପରେ ବି ଲୋକେ ଆକ୍ରମଣ କରିଥିଲେ । ଏସଡିଏମ ଓ ଥାନା ଅଧିକାରୀଙ୍କ ଗାଡି ଉପରକୁ ବି ପଥରମାଡ କରିଥିଲେ ଗ୍ରାମବାସୀ ।
ପୋଲିସର ସୂଚନା ଅନୁଯାୟୀ, ବିବାଦର ଆରମ୍ଭ ଜମିବାଡିକୁ ନେଇ ହୋଇଥିଲା । ଏହାପରେ କରନି ଗାଁର ଆଲ୍ଲାବେଲି, ମୋହନ ବର୍ମାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ମୋହନ ବର୍ମାଙ୍କ ସମ୍ପର୍କିୟ ଆଲ୍ଲାବୋଲିଙ୍କ ପୁଅଙ୍କୁ ମାଡ ମାରିବାସହ ଏହା ହିଂସାର ରୂପ ଧାରଣ କରିଥିଲା ଓ ଲୋକେ ଆଲ୍ଲାବୋଲିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ପୋଲିସ ସହ ଦୁଇ ପକ୍ଷର ଲୋକେ ଆହତ ହୋଇଛନ୍ତି ।

Share