ପାଲେଷ୍ଟାଇନରେ ଗୃହଯୁଦ୍ଧ ପରିସ୍ଥିତି: ୧୧ ମୃତ, ୫୦ରୁ ଅଧିକ ଆହତ

ଜେରୁଜାଲେମ,୧।୮: ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନଙ୍କ ମଧ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି। ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାକାଣ୍ଡ ବଢିବାରେ ଲାଗିଛି। ଶିବିର ଭିତରୁ ଲଗାତାର ଗୁଳମାଡର ଶଦ୍ଦ ଶୁଣିବାକୁ ମିଳୁଛି। ହିଂସାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୨ହଜାର ଲୋକ ନିଜ ଘରୁ ପଳାୟନ କରିଛନ୍ତି।

ପାଲେଷ୍ଟାଇନର ଲିବାନୋନରେ ଘଟିଥିବା ହିଂସା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧୧ଜଣଙ୍କର ମୃତ୍ୟୁ ହୋଇଛି। ଜଣେ କମାଣ୍ଡରଙ୍କ ଅନୁଯାୟୀ ପାଲେଷ୍ଟାଇନ ଫତହ ଦଳର ଜଣେ ବରିଷ୍ଠ ନେତା ତାଙ୍କର ଚାରିଜଣ ଅଙ୍ଗରକ୍ଷୀଙ୍କୁ ହତ୍ୟା କରିଛନ୍ତି ଯାହା ଯୋଗୁ ହିଂସା ବଢିବାରେ ଲାଗିଛି।

Share