ହିଂସା ଉଦ୍ରେକକାରୀ ଜିନ୍‌

ସଦରେ କଳିଝଗଡ଼ା ହେଲେ ସବୁ ରାଜନେତା ଭାଗ ନିଅନ୍ତି ନାହିଁ, କେତେକ ସଂସଦର କୂଅ ଭିତରକୁ ଯାଆନ୍ତି ତ କେତେକ ବାଚସ୍ପତିଙ୍କ ପାଖକୁ ଯାଇ ପାଟି କରନ୍ତି, ଅଳ୍ପ କେତେ ଜଣ ମାଇକ୍‌ ଫୋପଡ଼ାଫୋପଡ଼ି କରନ୍ତି ତ ଜଣେ ଅଧେ ପ୍ରତିପକ୍ଷର ଜଣେ ଅଧେଙ୍କୁ ଲହୁଲୁହାଣ କରିପକାନ୍ତି। ବହୁତଳ କୋଠାରେ ଡକାୟତି, ରାସ୍ତାରେ ଛିନ୍‌ତାଇ ବା ଘରେ ପଶି ମାରଣାସ୍ତ୍ର ବ୍ୟବହାର କରି ଲୁଟ୍‌ କରିବା ବା ବଳାତ୍କାର କରିବା ଭଳି ବଦମାସି କାମ ସେମିତି ଜଣେଅଧେ କରନ୍ତି। ବୈଜ୍ଞାନିକମାନେ କହିଲେଣି ଯେ, ଏହାର କାରଣ ଶିଶୁକୁ ତା’ ମର୍ଜି ଉପରେ ଛାଡ଼ିଦେବା (ଗରିବ ପରିବାରରେ) ଅଥବା ପ୍ରତିପାଳନରେ ଅବହେଳା କରି ମା’ବାପାମାନେ ପିଲାକୁ ବାହାରର ପ୍ରଭାବରେ ଛାଡ଼ିଦେବା (ସ୍ବଚ୍ଛଳ ପରିବାରରେ ଆଉଟ୍‌ସୋର୍ସିଂ କରିବା)ା ଫଳରେ ଶିଶୁର ଜିନ୍‌ (ବଂଶଗୁଣ)ର ଖରାପ କ୍ରିୟାଗୁଡ଼ିକୁ ମାତାପିତାମାନେ ପ୍ରତିପାଳନ ସମୟରେ ଯେଭଳି ରୋକିପାରନ୍ତେ ତାହା ହୋଇ ପାରେନାହଁି, ପିଲାମାନଙ୍କଠାରେ ବଦମାସି ଗୁଣ ବଢ଼ାଉଥିବା ଜିନ୍‌ର ଅଂଶ ବିକଶିତ ହୁଏ, ଯୁବା ସମୟରେ ହିଂସ୍ର ଚରିତ୍ର/ଆଚରଣ ଆପେ ଆପେ ବାହାରିପଡ଼େ।
ପାଠକମାନେ ଜାଣନ୍ତି ମଣିଷର ଲିଙ୍ଗ ତିଆରି କରେ ହଳେ କ୍ରମୋଜୋମ୍‌: ଗୋଟିଏ ଏକ୍ସ ଓ ଗୋଟିଏ ଓ୍ବାଇ କ୍ରମୋଜୋମ୍‌ ମିଶି ପୁରୁଷ ତିଆରି କରେ, କିନ୍ତୁ ଦୁଇଟି ଏକ୍ସ କ୍ରମୋଜୋମ ଏକାଠି ହେଲେ ନାରୀ ତିଆରି ହୁଏ: ତେଣୁ ପୁଅ ହେବ କି ଝିଅ ତା’ ସ୍ବାମୀ ଉପରେ ନିର୍ଭର କରେ, କାରଣ ସେ ହିଁ ଏକ୍ସ ଦେବ କି ଓ୍ବାଇ ଦେବ ନିର୍ଣ୍ଣୟ କରେ; ସ୍ତ୍ରୀ କେବଳ ଏକ୍ସ ଦେଇଥାଏ। ଏକ୍ସ ଓ ଓ୍ବାଇ ଦୁହେଁଯାକ ଏକ ବୃହତ୍‌ ଡିଏନ୍‌ଏ କଣିକାର ଅଂଶ, ଯେଉଁ ଡିଏନ୍‌ଏ ବଂଶଗୁଣର ସବୁ ପାଠ ଭ୍ରୂଣ ଦେହରେ ଛାଡ଼ିଦିଏ। ଏକ୍ସ କ୍ରମୋଜୋମ ଓ୍ବାଇ କ୍ରମୋଜୋମ୍‌ଠାରୁ ବଡ଼, ବହୁତ ବେଶି ଜିନ୍‌ ବହନ କରିଥାଏ। ଡିଏନ୍‌ଏ/ଚରରେଣୁ ଭିତରେ ‘ମନୋଆମିନ ଅକ୍ସିଡେଜ୍‌ ଏ’, ସଂକ୍ଷେପରେ ‘ଏମ୍‌ଏଓଏ’ monoamine oxidase A, MAOA ବା ‘ମାଓଆ’ ନାମରେ ଗୋଟିଏ ଜିନ୍‌ ଅଛି। ଏହି ଜିନ୍‌ର ଉପଜ, ଇଂଲିଶ୍‌ରେ ତାକୁ ଆଲେଲେ କୁହାଯାଏ, ଏକା ବେଳକେ ୩ଟି ସୂତା ଭଳି ଗଜୁରି ଗୁଡ଼େଇ ତୁଡ଼େଇ ହୋଇ ମାଓଆ ଜିନ୍‌ ଭିତରେ ଧୀରେ ଧୀରେ ବଢ଼େ। ଏକ୍ସ କ୍ରମୋଜୋମ ସହିତ ମାଓଆ ଜିନ୍‌ଟି ବାନ୍ଧି ହୋଇ ରହେ। ବହୁତ ଧୀରେ ଧୀରେ କାମ କରେ, ଯାହା ସମାଜବିରୋଧୀ ଆଚରଣ ବଢ଼ାଇଥାଏ। ମାଓଆ ଜିନ୍‌ର ସକ୍ରିୟତା ହ୍ରାସ ପାଇଲେ ଶରୀରରେ ସେରୋଟୋନିନ (ଖୁସି କରିବା କେମିକାଲ୍‌) ସ୍ତର ବଢ଼ିଯାଏ, ମଣିଷର ଅଟିଜିମ୍‌ (ତ୍ରୁଟିଯୁକ୍ତ ଶାରୀରିକ ବିକାଶ) ଆସିଯାଏ, ସାଧାରଣ ଲୋକଙ୍କଠାରେ ନିଦ୍ରାଦୋଷ, ଚର୍ମ ଲାଲ ପଡ଼ିବା, ଝାଳ ବୋହିବା, ମୁଣ୍ଡ ବିନ୍ଧିବା ଓ ଡାଇରିଆ ଆଦି ବାରମ୍ବାର ଘଟିଥାଏ। ମାଓଆ ଜିନ୍‌ ଥିବା ପିଲାଟି ପ୍ରତିକୂଳ ପରିସ୍ଥିତିରେ ବଢ଼ିଲେ ଗୁଣ୍ଡାଗିରି, ମଦ୍ୟପାନ, ଝଗଡ଼ା ଓ ହତ୍ୟାକାଣ୍ଡ ଆଦି ଭିଆଇବାରେ ବ୍ୟାପୃତ ରହେ। ଉପଯୁକ୍ତ ପ୍ରତିପାଳନ (ନର୍ଚର୍‌) ନ ପାଇଲେ ଏହି ଜିନ୍‌ ଥିବା ପୁଅମାନେ ଦାଦାଗିରି କରିବେ, ଠକ ହେବେ, ଅପହରଣ କରି ପ୍ରଚୁର ପଇସା ନ ପାଇଲାଯାକେ ହତ୍ୟା ଧମକ ଦେବେ ଏବଂ ଉପଯୁକ୍ତ ଶିକ୍ଷା ଓ ଅନୁପାଳନ ପାଇଥିବା କିଶୋର ଓ ଯୁବକମାନେ ମାଓବାଦୀ ହେବେ, ଅଥବା ଅଲ୍‌କାଏଦା, ଲସ୍କର-ଇ-ତୋଇବା ବା ମୁଣ୍ଡମାଳ ପିନ୍ଧୁଥିବା ଆନନ୍ଦମାର୍ଗୀ ସଙ୍ଗଠନଗୁଡ଼ିକରେ ଯୋଗଦେବେ। ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍‌ ୟୁନିଭର୍ସିଟିର କଲେଜ୍‌ ଅଫ୍‌ କ୍ରମିନୋଲଜି ଆଣ୍ଡ କ୍ରିମିନାଲ୍‌ ଜଷ୍ଟିସ୍‌ ବିଭାଗ ଅନୁଧ୍ୟାନ କରି ଦେଖିଛି ଯେ, ସମାଜରେ ଅତି ମାରାତ୍ମକ ଅପରାଧୀ ସୃଷ୍ଟି କରୁଥିବା ପରିବେଶ ସହ ଏହି ଜନ୍ମଗତ ମାଓଆ ଜିନ୍‌ ମଧ୍ୟରେ ତନାଘନା (ଇଣ୍ଟର୍‌ପ୍ଲେ) ହିଁ ଦାଦାଗିରି ଆଣିଥାଏ। ଏହାକୁ ଆମେରିକାରେ ୱାରିଅର (ଲଢୁଆ) ଜିନ୍‌ ନାମ ଦିଆଯାଇଛି। ଏହି ଜିନ୍‌ ଡୋପାମାଇନ୍‌ ଓ ସେରୋଟୋନିନ ଭଳି ସ୍ନାୟବିକ-ପରିବାହକ (ନ୍ୟୁରୋଟ୍ରାନ୍ସମିଟର୍‌) କଣିକାକୁ ପ୍ରଭାବିତ କରିଥାଏ। ଏକ୍ସ କ୍ରମୋଜୋମରେ ମାଓଆ ଜିନ୍‌ ଥାଏ। ନାରୀର କ୍ରମୋଜୋମରେ କେବଳ ଏକ୍ସ ଥାଏ, ସେଗୁଡ଼ିକ ହଳ ହଳ ହୋଇଥାଆନ୍ତି, ପୁରୁଷର କ୍ରମୋଜୋମରେ ଏକ୍ସ ଓ ଓ୍ବାଇ ଯୋଡ଼ି ହୋଇ ରହିଥା’ନ୍ତି। ତେଣୁ ଏକ୍ସ ଓ ଓ୍ବାଇ ମିଶିଗଲେ ପୁଅ ହେବ, ଏକ୍ସ ଓ ଏକ୍ସ ମିଶିଗଲେ ଝିଅ ହେବ। ପୁଅମାନେ ହିଂସା ଉଦ୍ରେକକାରୀ ମାଓଆ ଜିନ୍‌ର ଗୋଟିଏ ମାତ୍ର କପି ପାଉଥିବା ବେଳେ ଝିଅମାନେ ଦୁଇଟି କପି ପାଇଥାନ୍ତି। ଝିଅମାନଙ୍କ କ୍ଷେତ୍ରରେ ମାଓଆ ଜିନ୍‌ର ଦୁଇଟି ଉପଜ (ଆଲେଲେ) ବାହାରିଥାଏ ବୋଲି ଗୋଟିଏ ଅନ୍ୟଟିର ପ୍ରତିରୋଧ କରେ, ତେଣୁ ଝିଅମାନେ କମ୍‌ ବଦମାସ ହୁଅନ୍ତି। ଶିଶୁର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ମାତାପିତାଙ୍କ ଲାଳନପାଳନ ବା ଯତ୍ନ (ଇଂଲିଶ୍‌ରେ ନର୍ଚର୍‌) ସଘନ ରହିଲେ, ବଦମାସି ବଢ଼ାଉଥିବା ଆଲେଲେ ଗଜୁରେ ନାହିଁ, ଗଜୁରୁଥିଲେ ବି ବେଶି ବଢ଼ିପାରେ ନାହିଁ; ଶିଶୁ ବଢ଼ୁଥିଲା ବେଳେ ମା’ବାପାଙ୍କ ଯତ୍ନ ନ ମିଳିଲେ (ଯଥା ଜନ୍ମବେଳୁ ଆୟା ଓ ବଢ଼ିଲା ବେଳେ ହଷ୍ଟେଲ ଭଳି ଆଉଟ୍‌ସୋର୍ସିଂ ବ୍ୟବସ୍ଥା କଲେ) ପୁଅପିଲାମାନଙ୍କ ମାଓଆ ଜିନ୍‌ରେ ଆଲେଲେ ଗଜୁରି ବଢ଼ିବାରେ ଲାଗେ ଏବଂ ସିଏ ଅନ୍ୟମାନଙ୍କଠାରୁ ନିଜକୁ ରକ୍ଷା କରିବାର ହିଂସ୍ରତା ହାସଲ କରେ। ଝିଅମାନଙ୍କ ଉପରେ ମା’ର ତାଗିଦା ଓ ସ୍ନେହ ଥାଏ ବୋଲି କମ୍‌ ସଂଖ୍ୟାର ଯୁବତୀ ବଦମାସ ହୁଅନ୍ତି। ୭-୧୨ ବର୍ଷ ବୟସର ୨୫୦୦ ପିଲାଙ୍କଠାରୁ ଡିଏନ୍‌ଏ ତଥ୍ୟ ଏବଂ ଚଳିବା ଢଙ୍ଗ ଉପରେ ଗବେଷଣା କରାହୋଇଥିବା ଏ ପ୍ରକାରର ଫଳ ୨୦୦୯ ଜୁନ୍‌ ସଂଖ୍ୟାର କମ୍ପ୍ରେହେନ୍‌ସିଭ୍‌ ସାଇକ୍ରିଆଟ୍ରି ପତ୍ରିକାରେ ପ୍ରକାଶ ପାଇଛି।
ଯୋଦ୍ଧା ବା ଲଢ଼ୁଆ ବଂଶାଣୁ- ମାଓଆ ଜିନ୍‌- ଏକ ବିରଳ ଜିନ୍‌। ପ୍ରାୟ ୩୩% ଲୋକଙ୍କ ଭିତରେ ଦେଖାଯାଏ। ଏହି ଜିନ୍‌ ପରିବର୍ତ୍ତିତ ହୋଇ ୨ ବା ଅଧିକ ବିକଳ୍ପ ରୂପ ନେଇଥାଏ, ତଥାପି କ୍ରମୋଜୋମ୍‌ରେ ସେହି ସ୍ଥାନରେ ରହିଥାଏ, ଚଳପ୍ରଚଳ କରେନାହିଁ, ଏକ ସୂତା ଭଳି ଏହି ଆଲେଲେ ହିଂସ୍ର ମନୋଭାବ ଉଦ୍ରେକ କରେ, ଅନିୟନ୍ତ୍ରିତ ହେଲେ ଯୁବକକୁ ଦଣ୍ଡାବାଳୁଙ୍ଗା କରିଦିଏ। ଆବଶ୍ୟକ ପ୍ରତିପାଳନ ନ ପାଇଲେ, ମା’ବାପା ବିଶେଷତଃ ମା’ଙ୍କ ନଜର ଅନ୍ଦାଜରେ ପିଲାର ବଦମାସି ବଢ଼େ, ସେହିମାନେ ରାଜନୀତିରେ ପଶିଲେ ବିଧାନସଭା ବା ସଂସଦରେ ହାତାହାତି ହେବାର ଦୃଶ୍ୟ ଦେଖିବାକୁ ମିଳିବ ତ ସେମାନଙ୍କ ଭିତରୁ କେତେକ ଯୁବକ ରାସ୍ତା ଘାଟରେ ଦୋକାନ ବଜାରରେ ଖଣ୍ଡା-ଭୁଜାଲି-ବନ୍ଧୁକ ଭଳି ମାରଣାସ୍ତ୍ର ସହ ଦେଖିବାକୁ ମିଳିବେ ଏବଂ କେତେକ ବୟସ୍କା ମହିଳା ଦେହ ବ୍ୟବସାୟରେ ବା ତା’ ଆଳରେ ବ୍ଲାକ୍‌ମେଲ୍‌ କରିବେ। ତୀବ୍ର ଗତିର ଗାଡ଼ି ଧରି ଛିନ୍‌ତାଇ କରିବେ ବା ଅପହରଣ କରି ପଣବନ୍ଦୀର ପାଉଣା ମାଗିବେ। ଏସବୁ ଗଣତନ୍ତ୍ରର ମାରକ। ମହାଭାରତ ଯୁଗରେ ଯୁଦ୍ଧୋର ଦ୍ୱାରକାରେ ଅଭିଭାବକମାନେ ସେମାନଙ୍କ ଲାଳନପାଳନ ଦାୟିତ୍ୱରୁ ଦୂରେଇଗଲେ ବୋଲି ତ ବେକାର ଯୁବକମାନେ ଗର୍ଭଧାରିଣୀ ନାରୀ ଭଳି ବେଶ ହୋଇ ଋଷିମାନଙ୍କୁ ପରିହାସ କରିଥିଲେ, ଯେଉଁଥିରୁ ଯଦୁବଂଶ ଧ୍ୱଂସ ହୋଇଥିଲା।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

ଡିଜିଟାଲ ଯୁଗରେ ଭାରତୀୟ ସଂସ୍କୃତି

ସାମାଜିକ ଗଣମାଧ୍ୟମ ସୂଚନା ପ୍ରସାରଣକୁ ସହଜ କରିଦେଇଛି ସତ, କିନ୍ତୁ ଏହା ଭୁଲ୍‌ ତଥ୍ୟକୁ ଅଧିକ ମାତ୍ରାରେ ବିସ୍ତାର କରୁଛି। ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା...

କୃଷକ ରେଜିଷ୍ଟ୍ରି: ବିତର୍କ ହେଉ

ଡିସେମ୍ବର ୨୮ ତାରିଖ ୨୦୨୪ରେ ଓଡ଼ିଶାର ପ୍ରମୁଖ ଖବରକାଗଜମାନଙ୍କରେ ବିଜ୍ଞାପନ ପ୍ରକାଶ ପାଇଛି ଯେ ଜାନୁଆରୀ ୧ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୃଷକ ରେଜିଷ୍ଟ୍ରି କାର୍ଯ୍ୟ...

କେବଳ ପୁରୁଷ ନୁହେଁ

ଗୋଟେ ଧାରଣା ରହିଆସିଛି ଯେ, ପୁରୁଷମାନେ ଆକ୍ରମଣକାରୀ ଓ କଠୋର ହୋଇଥିବା ବେଳେ ମହିଳାମାନେ ସର୍ବଦା ପୀଡ଼ିତା। ଯେତେବେଳେ କୌଣସି ମହିଳାଙ୍କୁ ନେଇ ଘରୋଇ ହିଂସା...

ଅସ୍ପଷ୍ଟ ଆଭିମୁଖ୍ୟ

ପୂଜାସ୍ଥଳ(ବିଶେଷ ପ୍ରାବଧାନ) ଅଧିନିୟମ, ୧୯୯୧ ଯେକୌଣସି ପୂଜାସ୍ଥଳୀର ରୂପାନ୍ତରଣକୁ ବାରଣ କରେ। ୧୫ ଅଗଷ୍ଟ ୧୯୪୭ରେ ପୂଜାସ୍ଥଳର ଧର୍ମୀୟ ସ୍ଥିତି ଯାହା ରହିଥିଲା ତାହାକୁ ପରିବର୍ତ୍ତନ...

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri