ସମର୍ଥ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା: ଅନ୍ତେବାସୀଙ୍କ ଠିକଣା ଖୋଜୁଛି ପୋଲିସ

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀ ନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ଅନ୍ତେବାସୀଙ୍କୁ ଅମାନୁସିକ ନିର୍ଯାତନା ଘଟଣାର ତନାଘନା ଜୋରସୋରରେ ଚାଲିଛି। ବୁଧବାର ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପାରମାର ପ୍ରମୁଖଙ୍କ ସହିତ ତଦନ୍ତକାରୀ ଅଧିକାରୀମାନେ ଉକ୍ତ କେନ୍ଦ୍ରରେ ଖୋଳତାଡ଼ କରିଥିଲେ। ତେବେ ବର୍ତ୍ତମାନ ଉକ୍ତ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସଂଖ୍ୟା କେତେ, କେତେଜଣ ନାମ ପଞ୍ଜିକରଣ ହୋଇଛି।

ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମୃତ୍ୟୁ ହୋଇଛି ସେମାନଙ୍କ ଠିକଣା ଆଦିକୁ ନେଇ ତଦନ୍ତ କରିଥିଲେ। ମାତ୍ର ଅନ୍ତେବାସୀଙ୍କ ନାମ ଠିକଣା ଅଦି ପଞ୍ଜୀକରଣ ହୋଇଥିବା ରେଜିଷ୍ଟ୍ରାର ମିଳି ନ ଥିଲା। ଏପରିକି ଏକ ଅସମଥର୍ର୍ତ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଠାରେ ଏହି ସମୟରେ ଉପସ୍ଥିତ ଉକ୍ତ ସଂସ୍ଥାର ଜଣେ କର୍ମଚାରୀ ମଧ୍ୟ ରେଜିଷ୍ଟାର ବାବଦରେ କିଛି ଜାଣି ନ ଥିବା କହିଥିଲେ। ପୋଲିସ ପକ୍ଷରୁ ତଦନ୍ତ ସମୟରେ ସଂସ୍ଥାର ଅଫିସ ରୁମ୍‌ରେ ଥିବା ଏକ ଆଲମାରି ଖୋଲିବାକୁ କହିବାରୁ କର୍ମଚାରୀ ଜଣକ ତାଙ୍କ ନିକଟରେ ଚାବି ନ ଥିବା କହିଥିଲେ। ତେଣୁ ଗୁରୁବାର ସନ୍ଧ୍ୟାରେ ଜଣେ ଅତିରିକ୍ତ ମାଜିଷ୍ଟ୍ରେଟ୍‌ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଥବୀର ମହାନନ୍ଦଙ୍କ ଉପସ୍ଥିତିରେ ଉକ୍ତ ଆଲମିରାକୁ ପୋଲିସ ପକ୍ଷରୁ ଭଙ୍ଗା ଯାଇଛି। ସେଥିରୁ କି ତଥ୍ୟ ମିଳିଛି ତାହା ସ୍ପଷ୍ଟ ହୋଇ ନାହିଁ।

ସେହିପରି ଜଣେ ଅନ୍ତେବାସୀଙ୍କ ପକ୍ଷରୁ ତାଙ୍କୁ କେନ୍ଦ୍ରରେ ବାରମ୍ବାର ବଳାକତ୍ାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କର ଗର୍ଭପାତ ମଧ୍ୟ କରାଯାଇଛି ବୋଲି ଅଭିଯୋଗ ହେବା ପରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ସନ୍ଧ୍ୟାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଛି। ତେବେ ଏହିପରି ଅନେକ ମହିଳା ଓ ଯୁବତୀ ମାନସିକ ଅନଗ୍ରସର ଅନ୍ତେବାସୀଙ୍କୁ ବଳାକତ୍ାର କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ସଦର ଉପଜିଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣା: ପୋଲିସ ଭୟରେ ବିଷ ପିଇଦେଲେ

ବାସୁଦେବପୁର/ସୋର,୨୭ା୨(ନାରାୟଣ ପ୍ରସାଦ ବାରିକ/ ଜନ୍ମେଜୟ ମିଶ୍ର):ବିବାହ ଲାଗି ମନା କରିବାରୁ ବାଲେଶ୍ୱର ଜିଲା ସୋର ଥାନା ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା ନାମ୍ନୀ ଯୁବତୀଙ୍କୁ ୩ଦିନ...

Odisha 10th Exam: ୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ

ଚିତ୍ରକୋଣ୍ଡା,୨୭ା୨ (ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ...

ଅଗ୍ନିକାଣ୍ଡରେ ଜଳିଗଲା ରାସ୍ତାପାର୍ଶ୍ୱ ଚାରା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ବେହେରା କପଡ଼ା ବଜାର ନିକଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ରାସ୍ତାପାର୍ଶ୍ୱ ଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଚାରା ନଷ୍ଟ ହୋଇଯାଇଛି।...

ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା...

ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ଭବାନୀପାଟଣା,୨୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂହଝରନ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି।...

ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ବାଲିଗୁଡ଼ା,୨୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁରଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ...

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

କୋକସରା,୨୬ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜି ହେଉଛି ମହା ଶିବରାତ୍ରି, ଦେଶର କୋଣ ଅନୁକୋଣରେ ଥିବା ଶୈବପୀଠରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image