ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ କିଛିବି ହେଉନି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ସରକାର ଘୋଷଣା କରିଥିବା ମୋବାଇଲ ଟାୱାର ଗୁଡିକର ୧୦ ପ୍ରତିଶତ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଏକାଧିକ ପଞ୍ଚାୟତର ଲୋକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ଅବରୋଧ କରି ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଫଳରେ ଦାରିଙ୍ଗବାଡି ଠାରୁ ମୋହନା, ରାୟଗଡା, ବ୍ରହ୍ମପୁର, ପାରଳାଖେମୁଣ୍ଡି ଆଦି ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ସିକରମାହାଠାରେ ଏକ ସ୍ୟାଟଳାଇଟ୍‌ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା, ଯାହାକି ପ୍ରତିଦିନ ସମସ୍ୟା ଦେଖା ଦେଉଛି। ଏହା ସହ ଉକ୍ତ ମୋବାଇଲ ଟାୱାରରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ଲୋକ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ଆବେଦନ କରିବା ସମ୍ଭବ ହେଉ ନ ଥିବା ବେଳେ କିଓସ୍କୋରେ କୌଣସି କାରବାର ହୋଇପାରୁନି। ସେହିପରି ସରକାରଙ୍କ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ପିଏମ କିଷାନ ଯୋଜନା, ଆୟୁଷ୍ମାନ ଯୋଜନା ସମେତ ସାଧାରଣ ବଣ୍ଟନ ସାମଗ୍ରୀ ପାଇବା ପାଇଁଇ କେୱାଇସି ଆଦି କରିବା ସମ୍ଭବ ହେଉନି। ସେହିପରି ଅଧିକାଂଶ ସମୟ ମୋବାଇଲ ନେଟୱାର୍ଜ ମଧ୍ୟ ଅଚଳ ଯୋଗୁ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ଆମ୍ବୁଲାନ୍ସ ଡକାଇବା ମୁସ୍କିଲ ହୋଇପଡୁଛି। ଏହାସହ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନାହାନ୍ତି ଓ ପିଇବା ପାଣିର ସମସ୍ୟା ଦେଖାଦେଇଛି।

ଏନେଇ ହାତୀମୁଣ୍ଡା ପଞ୍ଚାୟତ ସମେତ ତାଜୁଙ୍ଗିଆ ପଞ୍ଚାୟତର ଏକାଧିକ ଗ୍ରାମବାସୀ ବିଏସଏନଏଲର ଏସଡ଼ିଓଙ୍କ ସମେତ ସ୍ଥାନୀୟ ଓ ଉପଖଣ୍ଡ ସହ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ରାସ୍ତାରୋକ କରିବାକୁ ଚେତାବନୀ ଦେଇ ପୋଲିସର ଅନୁମତି ମାଗିଥିଲେ ପରେ ପୋଲିସ ଲୋକଙ୍କୁ ରାସ୍ତାରୋକୋ କରିବାକୁ ମନା କରିବା ସହ ବୁଝାସୁଝା କରିଥିଲେ ସୁଦ୍ଧା ଅଞ୍ଚଳବାସୀ ଜିଲାପ୍ରଶାସନକୁ ଅବଗତ କରାଇ ବୁଧବାର ରାସ୍ତାରୋକୋ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ତୀବ୍ର ହେବା ସହ କେହି ଅଧିକାରୀ ପହଞ୍ଚିନାହାନ୍ତି। ରାସ୍ତାରୋକୋ ଯୋଗୁ ଛାତ୍ରୀଛାତ୍ରଙ୍କ ବୃତ୍ତି ପରୀକ୍ଷା ସହ ବିଦ୍ୟାଳୟ ଯାତାୟାତରେ ସମସ୍ୟା ଦେଖାଯିବା ସହ ୨ ପାଖେ ଏକାଧିକ ଯାତ୍ରୀବାହୀ ବସ ସହ ଅନ୍ୟ ଗାଡି ଅଟକି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା...

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image